fbpx

ଧର୍ମ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଲେ ଖିଲାଡ଼ି, ମନ କିଣୁଛି ମାନୁଷି ଚିଲ୍ଲରଙ୍କ ରାଣୀ ଅବତାର; ରିଲିଜ୍ ହେଲା ‘ପୃଥ୍ୱୀରାଜ’ ଫିଲ୍ମର ଟ୍ରେଲର୍

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ “ପୃଥ୍ୱୀରାଜ”ା ଟ୍ରେଲର୍ ରିଲି୍ଜ ହୋଇଯାଇଛି । ଫିଲ୍ମର ଟ୍ରେଲର୍ ଖୁବ୍ ଜବରଦସ୍ତ ରହିଛି । ମାନୁଷୀ ଚିଲ୍ଲର୍ ପ୍ରଥମ ଥର ପାଇଁ ‘ପୃଥ୍ୱୀରାଜ’ ମାଧ୍ୟମରେ ବଲିଉଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଟ୍ରେଲର୍ ଟି ଆଜି ରିଲିଜ୍ ହୋଇଯାଇଛି । ପୃଥ୍ୱୀରାଜ ଭୁମିକାରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି । ସେହିପରି ମାନୁଷୀଙ୍କୁ ରାଣୀ ଭୁମିକାରେ ପ୍ରଥମ ଥର ପାଇଁ ପରଦା ଉପରେ ନଜର ଆସିଛନ୍ତି । ତେବେ ରାଣୀ ଆଉଟଫିଟ୍ ରେ ମାନୁଷୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

‘ପୃଥ୍ୱୀରାଜ’ର ୧ ମିନିଟ୍ ୨୨ ସେକେଣ୍ଡର ଟ୍ରେଲର୍ ରିଲିଜ୍ ହୋଇଛି । ଟେଲର୍ ଆରମ୍ଭ ଏକ ଯୁଦ୍ଧରୁ ହୋଇଛି । ଅକ୍ଷୟ କୁମାର ଯୁଦ୍ଧ କରୁଥିବା ନଜର ଆସିଥିବା ବେଳେ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଜଣେ ଯୋଦ୍ଧା ଭାବରେ ଦେଖିବାକୁ ମିଳିଛି । ସଞ୍ଜୟ ଦତ୍ତ ଏଥିରେ ମହମ୍ମଦ ଘୋରୀ ଭୂମିକା ମଣ୍ଡନ କରିଛନ୍ତି । ଅର୍ଥାତ୍ ତାଙ୍କୁ ଏଥିରେ ମୁଖ୍ୟ ଖଳନାୟକ ଭାବରେ ଦର୍ଶକ ଦେଖିବେ । ଏତଦବ୍ୟତୀତ ଟ୍ରେଲର୍ ରେ ସୋନୁ ସୁଦ୍ ମଧ୍ୟ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

‘ପୃଥ୍ୱୀରାଜ’ ଫିଲ୍ମକୁ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଫିଲ୍ମରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବକ୍ସ ଅଫିସ୍ ରେ ଏହାର ଭଲ କଲେକ୍ସନ୍ ହେବ ବୋଲି ମେକର୍ସ ମାନେ ଆଶା ରଖିଛନ୍ତି । ୨୦୧୯ରେ ଦୀପାବଳୀ ଅବସରରେ ଫିଲ୍ମର ଘୋଷଣା କରାଯାଇଥିଲା । ଏହାକୁ ନଭେମ୍ବର ୫ ତାରିଖରେ ରିଲି୍ଜ କରାଯିବାର ଥିଲା । କିନ୍ତୁ କରୋନା ପାଇଁ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ୨୦୨୨ ଜାନୁଆରୀରେ ଫିଲ୍ମଟି ପରଦା ଉପରକୁ ଆସିବ ।

 

 

Get real time updates directly on you device, subscribe now.