fbpx

କିଡନୀ ଠକେଇ: ସାମ୍ନାକୁ ଆସିଲା ଆଉ ଏକ ମାମଲା

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ କିଡନୀ ଠକେଇ ନେଇ ସାମ୍ନାକୁ ଆସିଛି ଆଉ ଏକ ମାମଲା । ସହିଦ ନଗର ଥାନାରେ ମାମଲା କରିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନିଙ୍କ ପକ୍ଷରୁ ମାମଲା ହୋଇଛି । କିଡନୀ ପାଇଁ ସାଢେ ୮ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । କିଙ୍ଗପିନ୍ ହିମାଂଶୁ ନନ୍ଦ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।

ତେବେ ଏହା ପୂର୍ବରୁ କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଥିଲା । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ । ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା । ଏନେଇ ହିମାଂଶୁ ଭୂଷଣ ନନ୍ଦ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା । ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.