fbpx

କାର୍ ପଛରେ ବସୁଥିବା ବ୍ୟକ୍ତି ଓ ବାଇକ୍ ଆରୋହୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ, ୧୬ା୧: ଯଦି ଆପଣମାନେ କାର୍ କିମ୍ବା ବାଇକ୍ ଚଳାଉଛନ୍ତି, ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ବିଷୟରେ ଅବଗତ ହୋଇଯାଆନ୍ତୁ । ନଚେତ ଆପଣଙ୍କୁ ୫୦୦, ୧୦୦୦ କିମ୍ବା ଅଧିକ ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ । ଏଭଳି ଏକ ନିୟମ ଦିଲ୍ଲୀ ସରକାର କାର୍ ଓ ବାଇକ୍ ଆରୋହୀଙ୍କ ପାଇଁ ଲାଗୁ କରିଛନ୍ତି ।

ନୂଆ ନିୟମ ଅନୁଯାୟୀ, କାର ପଛରେ ବସିଲେ ମଧ୍ୟ ଆପଣ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । ଆଇନ ନ ମାନିଲେ ୧୦୦୦ ଟଙ୍କାର ଫାଇନ ଦେବାକୁ ପଡ଼ିବ । ଏହି ନିୟମ ଫଳରେ ଛୋଟ ଛୋଟ ଭୁଲ କାରଣରୁ ଘଟୁଥିବା ଦୁର୍ଘଟଣାକୁ ରୋକିହେବ । ଏହାଦ୍ୱାରା ଦୁର୍ଘଟଣା ସମୟରେ କାର ପଛରେ ବସିଥିବା ବ୍ୟକ୍ତିଙ୍କୁ ଗମ୍ଭୀର ଆଘାତ ଲାଗିବନି ବୋଲି ନୂଆ ନିୟମରେ ଉଲ୍ଲେଖ କରାଯାଇଛି ।

ବାଇକ ଆରୋହୀଙ୍କ କ୍ଷେତ୍ରରେ ସାଇଡ ମିରରକୁ ବାଧ୍ୟତାମୂଳକ କରାଯାଇଛି । ବିନା ସାଇଡ ମିରରେ ଯାତ୍ରା କରୁଥିଲେ ବାଇକ୍ ଆରୋହୀଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଲାଗୁ କରାଯାଇଥିବା ଦୁଇଟି ନିୟମ ମୋଟର ଏମଭିଏ ଆକ୍ଟ ୧୯୮୮ ଓ ସିଏମଭିଏ ଆକ୍ଟ ୧୯୮୯ରେ ପୂର୍ବରୁ ରହିଥିବା ବେଳେ ଏବେ କେବଳ ଲାଗୁ କରାଯାଇଛି ବୋଲି ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.