fbpx

ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ନିଲମ୍ବିତ

ରାଉରକେଲା,୭ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ଆଜି ଆଉ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେଫ୍ଟି ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସ୍ମୃତିରଞ୍ଜନ ସାହୁଙ୍କୁ ନିଏମ୍ବିତ କରିଛନ୍ତି ଷ୍ଟିଲ ପ୍ଲାଣ୍ଟର ସିଇଓ ।

ତେବେ ଗତକାଲି ଏଡି ଘଟଣାରେ ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଥିଲା । କୋଲ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍ ଦାସଙ୍କ ସହ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି.ବାରିକଙ୍କୁ ନିଲମ୍ବିତ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା ।

Get real time updates directly on you device, subscribe now.