ପହଲଗାମ୍ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ରାୟପୁରରେ ପହଞ୍ଚିଲା ମରଶରୀର
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ ଅଗ୍ରୱାଲଙ୍କ ପହଲଗାମ ଆତଙ୍କୀ ଆକ୍ରମଣ ମୃତ୍ୟୁ ହୋଇଛି।
ବଲାଙ୍ଗୀର: ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦିନେଶ ଅଗ୍ରୱାଲ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ ଅଗ୍ରୱାଲଙ୍କ ପହଲଗାମ ଆତଙ୍କୀ ଆକ୍ରମଣ ମୃତ୍ୟୁ ହୋଇଛି। ଦିନେଶ ଦୀର୍ଘ ଦିନରୁ ଛତିଶଗଡ ରାୟପୁରରେ ବସବାସ କରୁଥିବାରୁ ତାଙ୍କ ପାର୍ôଥବ ଶରୀର ରାୟପୁର ପହଞ୍ଚିଛି।
ଜନ୍ମସ୍ଥାନ ଲାଠୋରରେ ଦିନେଶଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ। ସେଠାରେ ତାଙ୍କୁ ମଧ୍ୟ ଛାଡିନଥିଲ ଆତଙ୍କବାଦୀ।
ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଦିନେଶ। ତାଙ୍କ ମରଶରୀର ରାୟପୁରରେ ପହଞ୍ଚିଛି। ସେଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ।