fbpx

ଜଙ୍ଗଲରେ ନିଆଁ ଲଗାଇ ଆଉ ଜଣେ ଗିରଫ

ଉଦଳା, ୧୧ା୩ (ଓଡିଶା ଭାସ୍କର): ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରି ଗିରଫ ହୋଇଛି । ଉକ୍ତ ଶିକାରି ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ, ୭ କେଜି ଝିଙ୍କ ମାଂସ ଜବତ କରାଯାଇଛି । ଗିରଫ ହୋଇଥିବା ଶିକାରିର ନାମ ଅନ୍ତରା ସିଂ । ଶିକାର କରୁଥିବା ବେଳେ ପୋଡ଼ାଡିହା ରେଞ୍ଜ ଅଞ୍ଚଳରୁ ବନବିଭାଗ ଶିକାରିକୁ ଧରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଯୁବକକୁ ବନ ବିଭାଗ ଗିରଫ କରିଥିଲା । ଗିରଫ ହୋଇଥିବା ଯୁବକ ଯଶୀପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ବନ ବିଭାଗ ଯୁବକକୁ ନିଆଁ ଲଗାଇବା ନେଇ ପଚରାଉଚରା କରିଥିଲା ।

Get real time updates directly on you device, subscribe now.