ଇଂଲଣ୍ଡରେ ଧମାଲ ମଚାଇବେ ଭାରତର ଏହି ଷ୍ଟାର ଖେଳାଳି, ଦଳରେ ଦେଲେ ଯୋଗ, ଖେଳିବେ ୪ ଟି ମ୍ୟାଚ୍

ନୂଆଦିଲ୍ଲୀ: ଇଂଲଣ୍ଡରେ ଧମାଲ ମଚାଇବା ପାଇଁ ଭାରତୀୟ ଷ୍ଟାର ବ୍ୟାଟର ଇଂଲଣ୍ଡ ଗସ୍ତ କରିଛନ୍ତି । ତିଳକ ବର୍ମା କାଉଣ୍ଟିଂ କ୍ରିକେଟ ଖେଳିବା ପାଇଁ ହେମ୍ପସାୟର ସହ ଯୋଡି ହୋଇଛନ୍ତି ।

ଏହି ଭାରତୀୟ ଦୁର୍ଦ୍ଦଶ ବ୍ୟାଟର ନିଜର ଦକ୍ଷିଣ ଆଫ୍ରିକୀୟ ସାଥି ତଥା ଆଇପିଏଲରେ ଏକାସାଙ୍ଗେ ଖେଳୁଥିବା ଖେଳାଳିଙ୍କ ସହ ଖେଳିବେ । ଉଭୟ ହେମ୍ପସାୟର ସହ ଯୋଡି ହୋଇ ଇଂଲଣ୍ଡରେ ରନର ବର୍ଷା କରିବା ପାଇଁ ଏବେ ବ୍ୟାକୁଳ। ଏହି ବ୍ୟାଟ୍ସମ୍ୟାନ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ତିଲକ ବର୍ମା।

ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ତିଲକ ବର୍ମା କାଉଣ୍ଟି ଖେଳିବା ଲାଗି ଇଂଲଣ୍ଡରେ ପହଞ୍ଚି ଯାଇଛନ୍ତି। ସେ ହେମ୍ପସାୟର ସହ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେ ୨୨ ଜୁନରେ କାଉଣ୍ଟି ଚାମ୍ପିୟନସିପରେ ନିଜର ଡେବ୍ୟୁ ମ୍ୟାଚ ଖେଳିପାରନ୍ତି।

ଏହି ସମୟରେ ସେ ଚାରୋଟି County Championships ମୁକାବିଲା ଖେଳିବେ। ଏହାର ପୃଷ୍ଟି ହେମ୍ପସାୟର କାଉଣ୍ଟି କ୍ରିକେଟ କ୍ଲବ କରିଛି। ସେ Chelmsford ଏସେକ୍ସର ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିପାରିବେ।

ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଋତୁରାଜ ଗାୟକୋୱାଡ ମଧ୍ୟ ଏହି ସିଜନରେ କାଉଣ୍ଟି କ୍ରିକେଟ ଖେଳୁଥିଲେ। ସେ yorkshire ପକ୍ଷରୁ ଖେଳୁଛନ୍ତି।

ଦୁଇ ଖେଳାଳି ଟିମ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିବା ପାଇଁ କାଉଣ୍ଟି କ୍ରିକେଟରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସୁକ ଅଛନ୍ତି। ସେହିପରି ଛୋଟ ଫର୍ମାଟରେ ତିଲକ ବର୍ମାଙ୍କ ରେକର୍ଡ ଶାନଦାର ରହିଛି।