fbpx

ପୁଣି ଟ୍ରେନ ଦୁର୍ଘଟଣା: ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ, ସୁରକ୍ଷାର ଯାଞ୍ଚ ପରେ ଛାଡିଲା ଷ୍ଟେସନ

ନୂଆପଡା: ରାଜ୍ୟରେ ଟ୍ରେନ ଦୁର୍ଘଟଣା ଥମିବାର ନାମ ନେଉନି । ବାହାନଗା ରେଳ ଦୁର୍ଘଟଣା ପରେ ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଏକ ଏସି ବଗିରେ ନିଆଁ ଲାଗିବା କଥା ସୂଚନା ମିଳିଛି ।

ନୂଆପଡା ଖରିଆର ରୋଡରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଏପରି ଘଟିଛି । ଏହି ଦୁର୍ଘଟଣାରେ ସୌଭାଗ୍ୟବସତଃ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ବି-୩ କୋଚରେ ଗୁରୁବାର ବିଳମ୍ବିତ ସଂଧ୍ୟାରେ ଏପରି ଦୁର୍ଘଟଣା ଘଟିଥିଲା । ସୂଚନା ମିଳିଛି ଯେ, ବ୍ରେକ୍ ପେଡର ଘର୍ଷଣ ପଳରେ ଏପରି ନିଆଁ ଲାଗିଯାଇଛି ।

ବଗିରେ ନିଆଁକୁ ଆୟତ୍ତ କରିବା ପାଇଁ ଅନେକ ପ୍ରଚେଷ୍ଟା ହୋଇଥିଲା । ସଂପୂର୍ଣ୍ଣ ସୁରକ୍ଷାର ଯାଞ୍ଚ ପରେ ଟ୍ରେନ ପୁଣି ଷ୍ଟେସନ ଛାଡିଥିଲା । ସୂଚନା ଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ବ୍ରହ୍ମପୁର ଷ୍ଟେସନ ନିକଟରେ ହାୱଡା ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସରେ ବି-୬ କୋଚର ଏସି କମ୍ପାର୍ଟମେଣ୍ଟରୁ ଧୂଆଁ ବାହାରିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସତର୍କ ପଦକ୍ଷେପ ଗ୍ରହଣ କରାଯିବା ପରେ ଟ୍ରେନ ଷ୍ଟେସନ ଛାଡିଥିଲା।

Get real time updates directly on you device, subscribe now.