fbpx

(Video) ଭକ୍ତଙ୍କ ହାତରୁ କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ: ପିତ୍ତଳ ମୂର୍ତ୍ତିରେ ଆବିର୍ଭାବ ହେଲେ ମହାପ୍ରଭୁ

ଭଦ୍ରକ: ପ୍ରଭୁ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ ପରେ ଏବେ କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ । କଳିଯୁଗରେ ଅବତାର ନେଇ ଭଗବାନ ଭକ୍ତଙ୍କ ମନୋସ୍କାମନା ପୂରଣ କରିଛନ୍ତି । ପିତ୍ତ ମୂର୍ତ୍ତିରେ ଜୀବନ ଭରି ଆଣ୍ଠୁଆ ଗୋପାଳ ନିଜ ଅଲୌକିକ ଶକ୍ତିର ଅପୂର୍ବ ଲୀଳା ଦେଖାଇଛଡ଼୍ତି । ତେବେ ମହାପ୍ରଭୁ ଏକା ଦିନରେ ଲିଟର କି ଦୁଇ ଲିଟର ନୁହେଁ, ଦଶ ଲିଟର କ୍ଷୀର ପିଇ ସାରିଥିବା କହିଛନ୍ତି ଗ୍ରାମବାସୀ । ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ମଢିଆଳିର ଖପୁରିଆପଦା ଗ୍ରାମରେ।

ଗ୍ରାମର ଅନାମ ଚରଣ ପତିଙ୍କ ଘରେ ବାପା ଗୋସିବାପାଙ୍କ ଅମଳରୁ ଇଷ୍ଟଦେବ ଭାବେ ପୂଜା ପାଇ ଆସୁଛନ୍ତି ବାଲ ଗୋପାଲ ଆଣ୍ଠୁଆ ଗୋପାଳଙ୍କ ଏହି ପିତ୍ତଳ ପ୍ରତିମା। ଅନାମ ଓ ତାଙ୍କ ପୁଅ ଧ୍ରୁବ ଚରଣ ଦୈନିକ ଠାକୁରଙ୍କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ସହିତ ସକାଳେ ବାଲ୍ୟ ଭୋଗ ସହିତ କ୍ଷୀର ପ୍ରଦାନ କରନ୍ତି। ହେଲେ ଆଜି ଘରେ କେହି ନ ଥିବା ବେଳେ ଧ୍ରୁବ ଚରଣଙ୍କ ପୁଅ ସୌମ୍ୟରଞ୍ଜନ ଠାକୁରଙ୍କୁ ପୂଜା କରିବା ସହିତ ବାଲ୍ୟ ଭୋଗ ଅର୍ପଣ ସହିତ କ୍ଷୀର ପ୍ରଦାନ କରିଥିଲା। ତେବେ ଆଶ୍ଚର୍ୟ୍ୟକର ଘଟଣା ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଚାହୁଁ ଚାହୁଁ ହାତରୁ ଅର୍ପଣ ହୋଇଥିବା କ୍ଷୀରକୁ ପିଇ ଦେଇଥିଲେ। ଏହି ଘଟଣା ସୌମ୍ୟ ରଞ୍ଜନଙ୍କୁ ଆଶ୍ଚର୍ୟ୍ୟ କରିବାରୁ ସେ ପୁନର୍ବାର ଗୋଟିଏ ଚାମଚ ସାହାଯ୍ୟରେ କ୍ଷୀର ଦେଲେ ଆଉ ଆଣ୍ଠୁଆ ଗୋପାଳ ପୁଣି ଆଖି ପିଛୁଳାକେ ପିଇ ଦେଲେ।ତେବେ ଏଭଳି ଅଲୌକିକ ବିସ୍ମୟ ଦୃଶ୍ୟ ଦେଖି ସୌମ୍ୟରଞ୍ଜନ ଘର ଲୋକଙ୍କୁ ଡାକିଥିଲେ । ପରିବାରର ସମସ୍ତ ଲୋକ ଉପସ୍ଥିତ ହୋଇ ନିଜ ହାତରେ ପ୍ରଭୁଙ୍କୁ କ୍ଷୀର ପିଆଇ ଆଶ୍ଚର୍ୟ୍ୟ ହେବା ସହିତ ପୂଜା ପାଠ ହୋମ ଯଜ୍ଞ କରାଇଛନ୍ତି।

ତେବେ ଏଭଳି ଘଟଣା ପ୍ରଚାର ହେବା ପରେ ଧ୍ରୁବ ଚରଣଙ୍କ ଘର ଆଗରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା ପ୍ରଭୁଙ୍କ ଦିବ୍ୟ ଦର୍ଶନ ଆଉ ନିଜ ହାତରେ କ୍ଷୀର ପିଆଇବା ପାଇଁ। ସବୁଠୁ ଆଶ୍ଚର୍ୟ୍ୟକର କଥା ୩ ଇଞ୍ଚର ପିତ୍ତଳ ମୂର୍ତ୍ତି ଗୋଟିଏ ଦିନରେ ଆଖ ପାଖ ଅଂଚଳର ଭକ୍ତଙ୍କ ହାତରୁ ପ୍ରାୟ ୧୦ ଲିଟର ରୁ ଉର୍ଦ୍ଧ କ୍ଷୀର ପିଇଥିଲେ। ତେବେ ଏଭଳି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଠାକୁରଙ୍କ ଅପୂର୍ବ ଲୀଳା ବୋଲି ବୁଦ୍ଧିଜୀବୀ କହିବା ସହିତ ବିଜ୍ଞାନ କୁ ପଛରେ ପକାଇ ଦେଇଛନ୍ତି। ବିଜ୍ଞାନ ଅନୁସାରେ କ୍ୟାପିଲାରି ଆକ୍ସନ ମାଧ୍ୟମରେ ଚିନା ମାଟି,ମାଟି ଓ ପଥର ମୂର୍ତ୍ତି ତରଳ ପଦାର୍ଥ କୁ ଶୋଷି ନେଇଥାଏ ହେଲେ ଏଠି କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳଙ୍କ ପ୍ରାଚୀନ ପିତ୍ତଳ ପ୍ରତିମା ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିବା ସାହିତ୍ୟ ଆଧ୍ୟାତ୍ମିକ ଶକ୍ତିର ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି।ତେବେ ସେ ଯାହା ହେଉ କଳିଯୁଗରେ ସବୁକିଛି ଅଲୌକିକ ଦେଖିବାକୁ ମିଳୁଛି ତେବେ ଯେଉଁମାନେ ପ୍ରଭୁଙ୍କ ଅପୂର୍ବ ଦର୍ଶନ ପାଇଗଲେ ଆଉ ଡେରି ନ କରି କମେଣ୍ଟ ବକ୍ସରେ ଲେଖି ଦିଅନ୍ତି ଜୟ ଶ୍ରୀ କ୍ରିଷ୍ଣା।

Get real time updates directly on you device, subscribe now.