fbpx

‘ଯିଏ ନିଜ ଦଳ ସମ୍ଭାଳି ପାରୁନି, ସିଏ ଅନ୍ୟମାନଙ୍କୁ…’ କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର

Advertisement

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶରେ କଂଗ୍ରେସ ସମ୍ପୂର୍ଣ୍ଣ ଭାଗ ଭାଗ ହେଲା ପରି ମନେ ହେଉଛି । କଂଗ୍ରେସ ନିଜ ଦଳକୁ ସମ୍ଭାଳି ପାରୁନି ଏବଂ ଅନ୍ୟମାନଙ୍କୁ ଦାୟୀ କରୁଛି ।

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ‘ହିମାଚଳ ପ୍ରଦେଶରେ କଂଗ୍ରେସ ସମ୍ପୂର୍ଣ୍ଣ ଭାଗ ଭାଗ ହେଲା ପରି ମନେ ହେଉଛି । ଏହା ପାଇଁ ସେମାନେ ନିଜେ ଦାୟୀ । ହିମାଚଳରେ କଂଗ୍ରେସ ବିଧାୟକଙ୍କ ନିଜ ସରକାର ଉପରୁ ବିଶ୍ୱାସ ଉଠିଯାଇଛି । ଏହାର କାରଣ ହେଉଛି ମିଛ ପ୍ରତିଶ୍ରୁତି, ମିଛ ଗ୍ୟାରେଣ୍ଟି, ପାରସ୍ପରିକ ଅବିଶ୍ୱାସ, କଥା ଓ କାମରେ ଅନ୍ତର, ଦୁର୍ବଳ ନେତୃତ୍ୱ ଏବଂ ଜନସାଧାରଣଙ୍କ ମଧ୍ୟରେ ଲଜ୍ଜ୍ୟା ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଅଣ ହିମାଚଳୀଙ୍କୁ
ଟିକଟ ଦିଆଯିବା କାରଣରୁ ଏଭଳି ସମସ୍ୟା ଦେଖାଦେଇଛି । ସେଥିପାଇଁ ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶକୁ ଅଣଦେଖା କରାଯାଇଛି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

 

 

Get real time updates directly on you device, subscribe now.