fbpx

ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ ଖୁସିରେ ଝୁମିଲେ ଅନୁଷ୍କା, ଇନଷ୍ଟାଗ୍ରାମରେ ବିରାଟଙ୍କ ପାଇଁ ଲେଖିଲେ ସ୍ପେଶାଲ ନୋଟ୍

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ । ଶନିବାର ଏକ ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରିଛି ଭାରତ । ତେବେ ଭାରତର ଏହି ବିଜୟକୁ ନେଇ ଦେଶରେ ସବୁଆଡ଼େ ଉତ୍ସାହର ମାହୋଲ । ସୋସିଆଲ ମିଡିଆ ମାଧ୍ୟମରେ ଟିମ୍ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବଲିଉଡ ସେଲିବ୍ରିଟି, ରାଜନେତା ଓ ପ୍ରଶଂସକଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏଥିମଧ୍ୟରେ ବଲିଉଡ ସୁନ୍ଦରୀ ତଥା ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ ଅନୁଷ୍କା ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟଙ୍କ ପାଇଁ ଏକ ସ୍ପେଶାଲ ନୋଟ୍ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଏହି ବ୍ୟକ୍ତିଙ୍କୁ ଭଲ ପାଉଛି @virat.kohli । ତୁମକୁ ମୋ ଘର ବୋଲି କହିପାରୁଥିବାରୁ କୃତଜ୍ଞ । ବର୍ତ୍ତମାନ ଏହି ଖୁସିକୁ ସେଲିବ୍ରେଟ୍ କରିବା ପାଇଁ ମୋ ପାଇଁ ଗୋଟିଏ ଗ୍ଲାସ୍ ସ୍ପାର୍କଲିଙ୍ଗ୍ ପାଣି ପିଅ !’ ଏହି ପୋଷ୍ଟ ପରେ ଅନେକ ୟୁଜର କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, ମୁଁ ବି ଏହି ବ୍ୟକ୍ତିଙ୍କୁ ଭଲ ପାଏ । ଅନ୍ୟ ଜଣେ ୟୁଜର ବିରାଟଙ୍କୁ ଲିଜେଣ୍ଡ୍ କରିଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ମଧ୍ୟ ଅନୁଷ୍କା ଭାରତୀୟ ଟିମକ ଏହି ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

 

View this post on Instagram

 

A post shared by AnushkaSharma1588 (@anushkasharma)

Get real time updates directly on you device, subscribe now.