fbpx

କୋର୍ଟ ବ୍ୟାନ କଲା ଏହିସବୁ ଲାଟେଷ୍ଟ ସ୍ମାର୍ଟ ୱାଚ୍‌, ଜାଣନ୍ତୁ କାରଣ

Advertisement

ନୂଆଦିଲ୍ଲୀ: ଆପଲକୁ ଆମେରିକା କୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ଚଳିତ ବର୍ଷ ଲଞ୍ଚ ହୋଇଥିବା ୱାଚ୍ ୨ ଅଲଟ୍ରା ଓ ୱାଚ୍ ୯ ସିରିଜ୍‌ର ବିକ୍ରୀ ଉପରେ ଆମେରିକା କୋର୍ଟ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । ଇଣ୍ଟରନ୍ୟାସନାଲ ଟ୍ରେଡ୍ କମିଶନର ଆବେଦନ ଉପରେ କୋର୍ଟ ୱାଚ୍ ସିରିଜ୍ ୯ ଓ ୱାଚ୍ ଅଲଟ୍ରା ୨ର ବିକ୍ରୀ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି । ତେବେ ଆପଲ ଏହାର ଲାଟେଷ୍ଟ ସ୍ମାର୍ଟୱାଚ୍ ଉପରେ ଲାଗିଥିବା ପ୍ରତିବନ୍ଧ ବିରୁଦ୍ଧରେ କୋର୍ଟରେ ଯାଚିକା ଦାଖଲ କରିଛି । କମ୍ପାନୀ କୋର୍ଟଙ୍କ ନିକଟରେ ଆବେଦନ କରିଛି କି ଅତି କମ୍‌ରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧ ଉପରେ ରୋକ ଲଗାଇ ଦିଆଯାଉ । ଏହାସହିତ ଆପଲ ଏହି ସ୍ମାର୍ଟୱାଚର ନୂଆ ମଡେଲ ଉପରେ ନିଷ୍ପତ୍ତି ନେବାକୁ ସମୟ ମାଗିଛି ।

ଆପଲ ଏହି ପ୍ରତିବନ୍ଧ ବିରୁଦ୍ଧରେ କୋର୍ଟରେ ଯାଚିକା ଦାୟର କରି କହିଛି USITCର ନିଷ୍ପତ୍ତି ସହ ସେ ସହମତ ନୁହେଁ । କମ୍ପାନୀ ଏ ପର୍ଯ୍ୟନ୍ତ ବିକ୍ରୀ କରିଥିବା ସମସ୍ତ ଆପଲ ୱାଚ୍ ଅଲଟ୍ରା ୨ ଓ ଆପଲ ୱାଚ୍ ୯ ସିରିଜ୍ ଉପରେ ଆମେରିକା କୋର୍ଟ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । ଇଣ୍ଟରନ୍ୟାସନାଲ ଟ୍ରେଡ କମିଶନର ଆବେଦନ ଉପରେ କୋର୍ଟ ଏହି ସ୍ମାର୍ଟ ୱାଚ୍ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛି । ଫଳରେ କମ୍ପାନୀ ଏ ପର୍ଯ୍ୟନ୍ତ ବିକ୍ରୀ କରାଯାଇଥିବା ସମସ୍ତ ଆପଲ ୱାଚ୍ ଅଲଟ୍ରା ୨ ଓ ଆପଲ ୱାଚ୍ ୯ ସିରିଜ୍ ବଜାରରୁ ଫେରାଇ ନେବାକୁ ଜରୁରୀ ପଦକ୍ଷେପ ନେଉଛି । ଖୁବ୍ ଶୀଘ୍ର ଆମେରିକା ବଜାରରେ ବିକ୍ରୀ ହୋଇଥିବା ସମସ୍ତ ଡିଭାଇସ୍ ଫେରସ୍ତ ନିଆଯିବ ବୋଲି କମ୍ପାନୀ କହିଛି ।

ତେବେ ଚଳିତ ବର୍ଷ ଲଞ୍ଚ ହୋଇଥିବା ଆପଲର ଏହି ୨ ସ୍ମାର୍ଟୱାଚ୍ ମଡେଲ ବେଶ୍ ଲୋକପ୍ରିୟ ରହିଛି । ଏହି ଦୁଇ ସ୍ମାର୍ଟୱାଚ୍‌ରେ ବ୍ୟବହାର କରାଯାଇଥିବା ବ୍ଲଡ ଅକ୍ସିଜେନ୍ ସାଚୁରେସନ ଟେକ୍ନୋଲଜିକୁ ଅନ୍ତରାଷ୍ଟ୍ରୀୟ ଟ୍ରେଡ୍ କମିଶନ ଟେକ୍ ଫାର୍ମ Masimo ର ପେଟେଣ୍ଟ ଉଲଙ୍ଘନ କରିଥିବା କୁହାଯାଉଛି । Masimo ଏହି ଦୁଇ ସ୍ମାର୍ଟୱାଚରେ ବ୍ୟବହାର କରାଯାଇଥିବା ହେଲ୍‌ଥ ଫିଚରକୁ ପୂର୍ବରୁ ପେଟେଣ୍ଟ କରାଇଥିଲା ।

Get real time updates directly on you device, subscribe now.