fbpx

ପାରାଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଭାରତୀୟ ତୀରନ୍ଦାଜ ସରିତା କୁମାରୀ, ବାହାରିଲେ ଶୀତଲ ଦେବୀ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ଶନିବାର ଦିନ ତୀରନ୍ଦାଜୀରେ ମିଶ୍ରିତ ଫଳାଫଳ ମିଳିଛି । କାରଣ ଦେଶର ହାତ ନଥିବା ତୀରନ୍ଦାଜ ଶୀତଲ ଦେବୀ ଶନିବାର ଦିନ ପାରାଅଲିମ୍ପିକ୍ସରୁ ବାହାରିଥିବା ବେଳେ ସରିତା କୁମାରୀ କମ୍ପାଉଣ୍ଡ ମହିଳା ଓପେନ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ସରିତା ଇଟାଲୀର ଏଲେନୋରା ସାଟୀଙ୍କୁ ଏକପାଖିଆ ମ୍ୟାଚରେ ୧୪୧-୧୩୫ ପଏଣ୍ଟରେ ପରାଜିତ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସରିତାଙ୍କର ତୁର୍କୀର ଓନଜୁନ କ୍ୟୁର ଗିର୍ଡୀଙ୍କ ସହ ହେବ । ନିଜ ପାଦରେ ତୀର ଚାଳନା କରୁଥିବା ଶୀତଲ ପ୍ରି କ୍ୱାର୍ଟରରେ ଟୋକିଓର ରୌପ୍ୟ ପଦକ ବିଜେତା ଚିଲୀର ମାରିୟାନା ଜୁନିଗାଙ୍କଠାରୁ ୧୩୭-୧୩୮ ପଏଣ୍ଟରେ ପରାଜୟ ହୋଇଛନ୍ତି ।

ସରିତା ମାତ୍ର ଗୋଟିଏ ପଏଣ୍ଟ ହରାଇ ଚାରି ପଏଣ୍ଟ ହାସଲ କରିଥିଲେ । ଏହାପରେ ସେ ପଛକୁ ନ ଚାହିଁ ନିଜର ପାଞ୍ଚ ପଏଣ୍ଟ ବଢାଇଛନ୍ତି । ଏଥିରେ ସେ କେନ୍ଦ୍ର ପାଖକୁ ଏକ ସଟ ମାରିଥିଲେ । ସେଠାରେ ତାଙ୍କଠାରୁ ଉଚ୍ଚ ରାଙ୍କର ଥିବା ଇଟାଲୀର ପ୍ରତିଦ୍ୱନ୍ଦ୍ୱୀ ୧୦ ପଏଣ୍ଟ ହାସଲ କରିଥିଲେ, କିନ୍ତୁ ସରିତା ନିୟନ୍ତ୍ରଣକୁ ବଜାୟ ରଖି ବିଜୟ ଲାଭ କରିଥିଲେ । ପ୍ରଥମ ରାଉଣ୍ଡ ମ୍ୟାଚରେ ସରିତା ମାଲେସିଆର ନୁର ଜନ୍ନାତନ ଅବଦୁଲ ଜଲିଲଙ୍କୁ ୧୩୮-୧୨୪ରେ ପରାସ୍ତ କରିଥିଲେ ।

Get real time updates directly on you device, subscribe now.