ରସୁଣ ଖାଉଛନ୍ତି ତ? ଝିଅଙ୍କୁ ବେଶ୍ ପସନ୍ଦ ଏମିତି ପୁଅ: ଖୁବ ଶୀଘ୍ର ହୋଇଯାଆନ୍ତି Impress
ଝିଅଙ୍କୁ ଆର୍କଷିତ କରିବା ପାଇଁ ଖାଆନ୍ତୁ ରସୁଣ, ଏଭଳି ପୁଅଙ୍କ ପ୍ରତି ଥାଏ ଦୁର୍ବଳତା
ଓଡ଼ିଶା ଭାସ୍କର: କିଛି ସମୟ ତଳେ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ କୁହାଯାଇଥିଲା ରସୁଣ ଖାଉଥିବା ପୁରୁଷଙ୍କ ଶରୀରର ଗନ୍ଧ ମହିଳାଙ୍କୁ ଅଧିକ ଆକର୍ଷିତ କରିଥାଏ ।
ଆପଣ ଭାବୁଥିବେ ରସୁଣର କଡା ଗନ୍ଧ କିପରି ମହିଳାଙ୍କୁ ଆକର୍ଷିତ କରିବ । କାରଣ ଆମେ ଏହା ଜାଣୁ ଯେ, ରସୁଣ ଖାଉଥିବା ଲୋକଙ୍କ ମୁହଁରୁ ଭୀଷଣ ଗନ୍ଧ ଆସିଥାଏ । କିନ୍ତୁ ଏହି ରିସର୍ଚ୍ଚରେ ଏହିସବୁ ଧାରଣାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦିଆଯାଇଛି ।
କ’ଣ କହୁଛି ରିସର୍ଚ୍ଚ?
ଏହି ରିସର୍ଚ୍ଚ ରିପୋର୍ଟ ଅନୁସାରେ ସ୍କଟଲ୍ୟାଣ୍ଡରେ ଷ୍ଟର୍ଲିଂ ବିଶ୍ୱବିଦ୍ୟାଳୟରେ ୪୨ ଜଣ ପୁରୁଷଙ୍କୁ କଞ୍ଚା ରସୁଣ, ରସୁଣ କ୍ୟାପସୁଲ ଓ ବିନା ରସୁଣରେ ଖାଦ୍ୟ ଖାଇବାକୁ କୁହାଯାଇଥିଲା । ଏହାପରେ ୮୨ ଜଣ ମହିଳାଙ୍କୁ ସେମାନଙ୍କ ଶରୀରର ଗନ୍ଧ (ଯାହା ବୈଜ୍ଞାନିକଙ୍କ ଦ୍ୱାରା ଏକତ୍ରୀତ କରାଯାଇଥିଲା) ଶୁଙ୍ଘିବାକୁ ଦିଆଯାଇଥିଲା ।
ରସୁଣର ଗନ୍ଧ ପ୍ରତି ଦୁର୍ବଳତା: ଋିସର୍ଚ୍ଚରୁ ଜଣାପଡିଥିଲା କି ଯେଉଁ ପୁରୁଷମାନେ ପ୍ରାୟ ୪ ପାଖୁଡା ବା ୧୨ ଗ୍ରାମ ରସୁଣ ଖାଇଥିଲେ ସେମାନଙ୍କ ଶରୀରର ଗନ୍ଧ ମହିଳାଙ୍କ ପାଇଁ ରସୁଣ ଖାଇ ନ ଥିବା ପୁରୁଷଙ୍କ ତୁଳନାରେ ଅଧିକ ଆକର୍ଷକ ଥିଲା ।
ଏହି ଅଧ୍ୟୟନରୁ ଏହି ନିଷ୍କର୍ସ ବାହାରିଥିଲା କି ରସୁଣ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରର ଗନ୍ଧ ମହିଳାଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହିପରି ପୁରୁଷଙ୍କ ଠାରେ ଅଧିକ ପୌରୁଷତ୍ୱ ଅନୁଭବ କରିଥାନ୍ତି ମହିଳା ।
ମିଳେ ଏହିସବୁ ଲାଭ: ଗବେଷକମାନେ ଆପେଟାଇଟ୍ ପତ୍ରିକାରେ ଉଲ୍ଲେଖ କରିଛନ୍ତି କି, ରସୁଣ ଖାଇବା ଦ୍ୱାରା ଶରୀରର ବାସ୍ନା ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ଏହାର କାରଣ ରସୁଣର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ହୋଇପାରେ ।
କାରଣ ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି । ଏହାସହିତ ରସୁଣ ଶରୀରକୁ ନିରୋଗ ରଖିବାରେ ସହାୟକ ହୋଇଥାଏ ।