ଓଡ଼ିଶା ଭାସ୍କର: ଆଜିକାଲି ସ୍ମାର୍ଟଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ୍ ନିଶାରେ ବାୟା । ସାଧାରଣତଃ ସ୍ମାର୍ଟଫୋନରେ ଜେନେରାଲ, ଭାଇବ୍ରେସନ୍ ଏବଂ ସାଇଲେଣ୍ଟ ମୋଡ୍ ରହିଛି । ଅଧିକାଂଶ ବ୍ୟକ୍ତି କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଫୋନକୁ ସବୁବେଳେ ସାଇଲେଣ୍ଟ ମୋଡରେ ରଖିବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଅଧିକାଂଶ ସମୟ ଫୋନକୁ ସାଇଲେଣ୍ଟ ମୋଡରେ ରଖିବା ଆପଣଙ୍କ ପର୍ସନାଲିଟି ବିଷୟରେ କ’ଣ କହୁଛି ।
୧. ପ୍ରାୟ ସମୟ ଫୋନକୁ ସାଇଲେଣ୍ଟ ମୋଡରେ ରଖୁଥିବା ବ୍ୟକ୍ତି ନିଜ କାମ ପ୍ରତି ଏକାଗ୍ରଚିତ୍ତ ଥାନ୍ତି । କାର୍ଯ୍ୟ ମଝିରେ ଡିସଟ୍ରାକ୍ଟ ନ ହେବା ପାଇଁ ସେମାନେ ଫୋନକୁ ସାଇଲେଣ୍ଟ ମୋଡରେ ରଖିବା ପସନ୍ଦ କରିଥାନ୍ତି । ଏହା ସହ ଏମାନେ କାର୍ଯ୍ୟ ପ୍ରତି ସଚ୍ଚୋଟ ଏବଂ ଅନୁଶାସିତ ମଧ୍ୟ ଥାନ୍ତି ।
୨. ଏଭଳି ବ୍ୟକ୍ତି ଇଣ୍ଟ୍ରୋଭର୍ଟ ସ୍ୱଭାବର ହୋଇଥାନ୍ତି । ଫୋନର ଘଣ୍ଟି ଅଶାନ୍ତିର କାରଣ ବୋଲି ଏମାନେ ଭାବିଥାନ୍ତି ।
୩. ଏଭଳି ବ୍ୟକ୍ତି କମ୍ ଚାପଗ୍ରସ୍ତ ରହିଥାନ୍ତି । ଡିଜିଟାଲ ଡିସଟ୍ରାକସନ୍ ଆମକୁ ପରିବାର, ସାଙ୍ଗସାଥି ଓ ନିଜ ସହ କିଛି ସମୟ ବିତାଇବା ପାଇଁ ସୁଯୋଗ ଦେଇଥାଏ । ନିଜ ଲୋକଙ୍କ ଗହଣରେ ଏମାନେ ଅଧିକ ଖୁସି ରହିଥାନ୍ତି । ଏମାନଙ୍କ ମନରେ ବିଶେଷ ନକାରାତ୍ମକ ଭାବନା ଆସିନଥାଏ ।
୪. ଏଭଳି ବ୍ୟକ୍ତି ଭାବନାତ୍ମକ ସ୍ତରରେ ଅଧିକ ଦୃଢ଼ ରହିଥାନ୍ତି । କୌଣସି ବିପରିତ ପରିସ୍ଥିତିରେ ସହଜରେ ନ ଭାଙ୍ଗି ସମସ୍ୟା ପାଇଁ ସମାଧାନର ବାଟ ଫିଟାଇଥାନ୍ତି । ଡିଜିଟାଲ ଦୁନିଆ ଠାରୁ ବାସ୍ତବିକ ଜୀବନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।