ଓଡ଼ିଶା ଭାସ୍କର: ଅଧିକାଂଶ ମହିଳା ନଖ ବଢ଼ାଇବା ପାଇଁ ସଉକ୍ ରଖିଥାନ୍ତି । କୌଣସି ପାର୍ଟି ଫଙ୍କସନ ସମୟରେ ସେମାନେ ବିଭିନ୍ନ ଉପାୟରେ ନଖର ସାଜସଜ୍ଜା ମଧ୍ୟ କରିଥାନ୍ତି । ଏହା ସେମାନଙ୍କ overall lookକୁ କମ୍ପ୍ଲିମେଣ୍ଟ କରିଥାଏ । ବିଶେଷ କଥା ହେଉଛି ଏଥିପାଇଁ ନଖ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଜରୁରୀ ହୋଇଥାଏ । ତେବେ ନଖର ରଂଗ ଶରୀରରେ ଭିଟାମିନର ଅଭାବକୁ ଦର୍ଶାଇଥାଏ ଯାହାକୁ ଏଡ଼ାଇବା ଉଚିତ ନୁହେଁ ।
ସାଧାରଣତଃ ଭିଟାମିନ୍ B12, B7, ଭିଟାମିନ୍ ସି, ବାୟୋଟିନ୍, ଲୌହ, ଜିଙ୍କ୍ ଏବଂ କ୍ୟାଲସିୟମ ଭଳି ଖଣିଜ ପଦାର୍ଥ ନଖ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ଏହାର ଅଭାବ ନଖକୁ ହଳଦିଆ କରିବା ସହ ଏଥିରେ କଳା ଓ ଧଳା ଦାଗ ମଧ୍ୟ ଦେଖାଯାଇଥାଏ । ନଖ ଦୁର୍ବଳ ହେବାରୁ ସହଜରେ ଭାଙ୍ଗିଯାଏ । ଏହା ବ୍ୟତୀତ ଧୁଆ ଯାଇନଥିବା ଜିନିଷ ଏବଂ ଅତ୍ୟଧିକ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର କଲେ ନଖରେ ଦାଗ ଦେଖାଯାଇଥାଏ । ଭିଟାମିନ୍ ତ୍ୱଚା ଏବଂ ନଖର ପୋଷକ ତତ୍ୱ ବଜାୟ ରଖିବାରେ ସହାୟକ ହୋଇଥାଏ । ଏଣ୍ଟିଅକ୍ସିଡେଣ୍ଟ ମାଧ୍ୟମରେ ଭିଟାମିନ୍ ଶରୀରରେ ଥିବା ଫ୍ରି ରାଡିକାଲ୍ସକୁ ନଷ୍ଟ କରିବାରେ ସହାୟକ ହୋଇଥାଏ । ଏହା ନଖକୁ ମଜବୁତ କରିବା ଏବଂ ନମନୀୟତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଏହା ବ୍ୟତୀତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସହାୟକ ହୋଇଥାଏ । ନିୟମିତ ଆହାରରେ ସବୁଜ ପନିପରିବା, ଫଳ, ବାଦାମ, ଅଣ୍ଡା, କ୍ଷୀର, ମାଛ ଇତ୍ୟାଦି ସେବନ କରିବା ନଖ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ, ପ୍ରଣାୟାମ, ସୁନିଦ୍ରା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା(ନିଜକୁ ହାଇଡ୍ରେଟ୍ ରଖିବା) ଉତ୍ତମ ଅଟେ ।