ଦାନ୍ତ ହଳଦିଆ ପଡୁଛି କି ? ଆପଣାନ୍ତୁ ଏହି ଉପାୟ

ନିୟମିତ ରୂପେ ସମସ୍ତେ ଦାନ୍ତ ଘଷନ୍ତି । କିନ୍ତୁ ଏହାପରେ ବି ଅନେକ ଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆ ରଙ୍ଗ । ଏପରି ପରିସ୍ଥିତିରେ, ସେହି ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବରେ ହସିବା ଏବଂ କଥା କହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବା ପାଇଁ ସେମାନେ କଣ କରିବେ ତାହା ବୁଝିପାରନ୍ତି ନାହିଁ । ଏହି ସମସ୍ୟାରୁ ମୁକୁଳିବା ପାଇଁ ଆସନ୍ତୁ ଜାଣିବା ୪ଟି ଉପାୟ । ଯାହାକୁ କହିବା ଦ୍ୱାରା ହଳଦିଆ ଦାନ୍ତରୁ ମିଳିପାରିବ ମୁକ୍ତି ।

୧. ଲୁଣ ଏବଂ ଷ୍ଟ୍ରବେରୀ: ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଯାଇଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଲୁଣ ଏବଂ ଷ୍ଟ୍ରବେରିକୁ ମିଶାଇ ବ୍ରଶରେ ରଖନ୍ତୁ ଏବଂ ଏହାପରେ ଧୀରେ ଧୀରେ ଦାନ୍ତ ସଫା କରନ୍ତୁ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହା କରିବା ଦ୍ୱାରା ଦାନ୍ତ ଧଳା ମୋତି ପରି ଝଲସି ଉଠିବ ।

୨. ଭିନେଗାର: ହଳଦିଆ ଦାନ୍ତରୁ ମୁକ୍ତି ପାଇବା ପାଇଁ ବେଶ୍ ପ୍ରଭାବଶାଳୀ ହୋଇପାରେ ଭିନେଗାର । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଭିନେଗାରକୁ ଏକ ଗ୍ଲାସ୍ ପାଣିରେ ମିଶାଇ ସେଥିରେ ଗାର୍ଗେଲିଙ୍ଗ କରିବାକୁ ପଡିବ । କୁହାଯାଏ ଯେ ଏପରି କରିବା ଦ୍ୱାରା ପାଟିର ଗନ୍ଧ ଦୂର ହେବା ସହିତ ଦାନ୍ତରେ ମଧ୍ୟ ଚମକ ଫେରିଥାଏ ।

୩. ଅଦା: ହଳଦିଆ ଦାନ୍ତ ସମସ୍ୟା ଦୂର କରିବାର ଆଉ ଏକ ଉପାୟ ହେଉଛି ଅଦା । ଅଦାକୁ ଲୁଣ ସହ ମିଶାଇ ଗରମ ପାଣିରେ ଫୁଟାଇବାକୁ ପଡିବ । ଏହାପରେ ଆପଣ ଗାର୍ଗେଲିଙ୍ଗ କରିବେ । ଏପରି କରିବା ଦ୍ୱାରା ଦାନ୍ତର ହଳଦିଆ ଏବଂ ପାଟିର ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯାଏ ।

୪. ବେକିଂ ସୋଡା: ବେକିଂ ସୋଡା ବ୍ୟବହାର କରି ଆପଣ ହଳଦିଆ ଦାନ୍ତକୁ ମଧ୍ୟ ଚକ୍ଚକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ରଶରେ ଏକ ଚାମଚ ଲୁଣ ଏବଂ ବେକିଂ ସୋଡା ରଖି ଧୀରେ ଧୀରେ ଦାନ୍ତକୁ ସଫା କରିବାକୁ ପଡିବ । ଏହା କରିବା ଦ୍ୱାରା ଦାନ୍ତ ଧଳା ହୋଇଯାଏ ।