fbpx

ମଣିପୁରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ; କମାଣ୍ଡିଂ ଅଫିସର, ପତ୍ନୀ ଓ ଛୁଆ ସମେତ ୬ ମୃତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲର କମାଣ୍ଡି ଅଫିସର ଓ ତାଙ୍କ ପରିବାର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କମାଣ୍ଡି ଅଫିସର, ତାଙ୍କ ପତ୍ନୀ ଓ ଛୁଆ ସହିତ ୬ ଜଣ ନିହତ ହୋଇଥିବା ଜଣାପଡିଛି । ଆଜି ସକାଳ ୧୦ଟାେରେ ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡିଛି । ଆସାମ ରାଇଫଲ ଯାବନଙ୍କ ଟ୍ରୁପ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଆମ୍ବୁସ ମାଧ୍ୟମରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂତ୍ର ମୁତାବକ, ଆକ୍ରମଣରେ କମାଣ୍ଡିଂ ଅଫିସର, ତାଙ୍କ ପତ୍ନୀ ଓ ଛୁଆ ସମେତ କ୍ୟୁଆରଟିରେ ଡ୍ୟୁଟିରେ ଥିବା ଯବାନଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ ଏହି ଆକ୍ରମଣ ବିଷୟରେ କୌଣସି ଅଫିସିଆଲ ବୟାନ ଦିଆଯାଇନାହିଁ । ମଣିପୁର ମୁଖ୍ୟମନ୍ତ୍ରୀ ଏସ ବିରେନ୍ ସିଂହ ମଧ୍ୟ ଆକ୍ରମଣକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.