ଇତିହାସ ରଚିଲେ ଅର୍ଶଦୀପ ସିଂହ, ବାବରଙ୍କୁ ହରାଇ ଜିତିଲେ T20ର ସବୁଠୁ ବଡ଼ ଆୱାର୍ଡ
ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପାକିସ୍ତାନର ବାବର ଆଜମଙ୍କୁ ହରାଇ ଆଇସିସି ମେନ୍ସ T20I କ୍ରିକେଟର ଅଫ ଦ ଇୟର ୨୦୨୪ର ଆୱାର୍ଡ ନିଜ ନାମରେ କରିଛନ୍ତି।
ନୂଆଦିଲ୍ଲୀ: ଆଇସିସି ମେନ୍ସ T20I କ୍ରିକେଟର ଅଫ ଦ ଇୟର ୨୦୨୪ ନାମ ଘୋଷଣା କରିଛି। ଏହି ଆୱାର୍ଡ ପାଇଁ ୪ଜଣ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଥିଲା। ଏଥିରେ ଭାରତର ଅର୍ଶଦୀପ ସିଂହ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରେବିସ ହେଡ ଏବଂ ଜିମ୍ବାୱେର ସିକନ୍ଦର ରଜା ସାମିଲ ଥିଲେ।
ଅର୍ଶଦୀପ ସିଂହ ସମସ୍ତ ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ଏହି ବଡ଼ ଆୱାର୍ଡ ନିଜ ନାମରେ କରିନେଇଛନ୍ତି। ଅର୍ଶଦୀପ ସିଂହ ଗତ ଟି୨୦ ଫର୍ମାଟରେ କମାଲ ପ୍ରଦର୍ଶନ କରିଥିଲେ ଏବଂ ଭାରତକୁ ଟି୨୦ ୱାର୍ଲଡ କପର ଟାଇଟଲ ଜିତିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏହି ସ୍ମରଣୀୟ ପ୍ରଦର୍ଶନର ପୁରସ୍କାର ବର୍ତ୍ତମାନ ତାଙ୍କୁ ଆଇସିସି ଆୱାର୍ଡ ସହ ମିଳିଯାଇଛି।
T20Iରେ ଭାରତର ସବୁଠୁ ସଫଳ ବୋଲର: ଗତ କିଛି ବର୍ଷରେ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଟି୨୦ ଫର୍ମାଟରେ ଟିମ ଇଣ୍ଡିଆର ସବୁଠୁ ଭଲ ବୋଲର ଭାବେ ନିଜର ପ୍ରଦର୍ଶନ ଦେଖାଇଛନ୍ତି।
୨୦୨୪ରେ ମଧ୍ୟ ତାଙ୍କୁ ଖୁବ ଭଲ ଭାବେ ଖେଳୁଥିବାର ଦେଖିବାକୁ ମିଳିଥିଲା। ଗତ ବର୍ଷ ସେ ଟିମ ଇଣ୍ଡିଆ ପାଇଁ ୧୮ଟି ଟି୨୦ ମ୍ୟାଚ ଖେଳିଛନ୍ତି ଏବଂ ସମୁଦାୟ ୩୬ଟି ୱିକେଟ ନିଜ ନାମରେ କରିଛନ୍ତି। ସେ ୨୦୨୪ରେ ଭାରତ ପକ୍ଷରୁ T20Iରେ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ହୋଇଥିଲେ।