fbpx

ପୁଣି ଗ୍ରାହକଙ୍କୁ ଝଟକା ଦେଲା Airtel, ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍

Advertisement

ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ  ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେବେ ପୁଣି ଥରେ ଏୟାରଟେଲ ଏହାର ପ୍ଲାନ ଦାମ ବଢ଼ାଇବାକୁ ଯାଉଛି ।

କମ୍ପାନୀ ସିଇଓ ଗୋପାଲ ବିଟ୍ଟଲ ଟାରିଫ୍ ବଢ଼ିବା କଥାକୁ ସୁନିଶ୍ଚିତ କରିଛନ୍ତି  । ସେ କହିଛନ୍ତି ଚଳିତ ବର୍ଷ ଏୟାରଟେଲ ଏହାର ପ୍ଲାନର ଦାମ ବଢ଼ାଇପାରେ । ସେ କହିଛନ୍ତି ଏଥର କମ୍ପାନୀ ପ୍ରତି ୟୁଜରଙ୍କ ଠାରୁ ଏଆରପିୟୁ ଟାର୍ଗେଟ ୨୦୦ ରହିଛି । ଏକ ରିପୋର୍ଟ ଅନୁଯାୟୀ ଏୟାରଟେଲ, ଟେଲିକମ ରେଗୁଲେଟର ଟ୍ରାଇ ଦ୍ୱାରା ୫ଜି ପାଇଁ ପ୍ରସ୍ତୁତ ବେସ୍ ପ୍ରାଇସରେ ଖୁସି ନାହିଁ । ଗତ ବର୍ଷ ତିନି ଟେଲିକମ୍ କମ୍ପାନୀ ନିଜର ପ୍ରିପେଡ ପ୍ଲାନର ଦାମରେ ବୃଦ୍ଧି କରିଥଲେ । ଟେଲିକମ ଅପରେଟମାନେ ୫ଜିର ରିଭାଇଜ ଦରରେ ଟ୍ରାଇର ପରାମର୍ଶକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ଫଳରେ ଏହି ଟାରିଫ୍ ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି ଏୟାରଟେଲ ସିଇଓ ।

ଟାରିଫ୍ ବଢ଼ିବା କଥାକୁ ନେଇ ବିଟ୍ଟଲ କହିଛନ୍ତି ଯେ ଆମକୁ ଏହି ବର୍ଷ ଟାରଫ୍ ବୃଦ୍ଧି ଦେଖିବାକୁ ମିଳିବ । ବିଟ୍ଟଲ କହିଛନ୍ତି ବର୍ତ୍ତମାନ ଟାରିଫ୍ କମ୍ ଅଛି । ପୁଣି ଥରେ ଟାରିଫ୍ ବୃଦ୍ଧିକୁ କଷ୍ଟମର ସହିପାରିବେ । କାରଣ ଗତ ବର୍ଷ ହୋଇଥିବା ଟାରିଫ୍ ବୃଦ୍ଧି ପରେ ବି ତିନି ମାସରେ ଏୟାରଟେଲର ସବସ୍କ୍ରାଇବରଙ୍କ ସଂଖ୍ୟା ବଢ଼ିଛି । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ପ୍ରଥମେ ଏୟାରଟେଲ ହିଁ ପ୍ଲାନର ଦାମ ବଢ଼ାଇଥିଲା ।

Get real time updates directly on you device, subscribe now.