fbpx

ବନ୍ଦ ହୋଇଯିବ ୩୫ ହଜାର କଳାକାରଙ୍କ ମାସିକ ଭତ୍ତା: ନିର୍ଦ୍ଧାରିତ ତାରିଖ ସୁଦ୍ଧା ଜୀବିତ ପ୍ରମାଣପତ୍ର ଦାଖଲ କର, ଜାରି ହେଲା ବିଜ୍ଞପ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆର୍ଥିକ ଅନଗ୍ରସର ଶ୍ରେଣୀର କଳାକାରନଙ୍କୁ ମାସିକ ଭତ୍ତା ଦିଆଯାଉଥିଲା । ଏହି ଯୋଜନାରେ ରାଜ୍ୟର ପାଖାପାଖି ୩୫ ହଜାର କଳାକାର ଉପକୃତ ହେଉଛନ୍ତି । ତେବେ ପ୍ରତିବର୍ଷ ଏପ୍ରିଲ ମାସରେ କଳାକାରମାନେ ଜୀବିତ ପ୍ରମାଣପତ୍ର ଦାଖଲ କରିବା ବିଧେୟ । ମାତ୍ର କୋଭିଡ୍ କାରଣରୁ ଗତ ୨୦୨୦ ଠାରୁ କଳାକାରମାନେ ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି ।

କଳାକାରମାନେ ଜୀବିତ ପ୍ରମାଣପତ୍ର ଦାଖଲ ନକଲେ ସେମାନଙ୍କର ଭତ୍ତା ବନ୍ଦ ହୋଇଯିବ । ପ୍ରମାଣପତ୍ର ଦାଖଲ ପାଇଁ ଅନ୍ତିମ ତାରିଖ ଅଗଷ୍ଟ ୩୧ ତାରିଖ ରହିଛି । ଏହି ଧାର୍ଯ୍ୟ ତାରିଖ ସୁଦ୍ଧା ପ୍ରମାଣପତ୍ର ଦାଖଲ ନକଲେ କାହାକୁ ଭତ୍ତା ମିଳିବନି । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବର୍ତ୍ତମାନ ଡିବିଟି ମାଧ୍ୟମରେ କଳାକାରଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉଛି । ତେବେ ଏବେ କଳାକାରମାନେ ଜୀବିତ ପ୍ରମାଣପତ, ଆଧାରକାର୍ଡର ନକଲ, ବ୍ୟାଙ୍କ ଜମା ଖାତାର ପ୍ରଥମ ପୃଷ୍ଠାର ନକଲ ଧାର୍ଯ୍ୟ ତାରିଖ ମଧ୍ୟରେ ଦାଖଲ କରି ସହାୟତାର ନବୀକରଣ କରାଇବେ । ଯେଉଁମାନେ ବିଭାଗ ସ୍ତରରୁ ସହାୟତା ପାଉଛନ୍ତି ସେମାନେ ବିଭାଗରେ ଓ ଯେଉଁମାନେ ଜିଲ୍ଲାସ୍ତରରୁ ପାଉଛନ୍ତି ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରମାଣପତ୍ର ଦାଖଲ କରିବେ ।

ଉକ୍ତ ସହାୟତାର ନବୀକରଣ ନ କରାଇଲେ ଆସନ୍ତା ସେପ୍ଟମ୍ବର ମାସରୁ ସେମାନଙ୍କର ସହାୟତା ଆପେ ଆପେ ବନ୍ଦ ହୋଇଯିବ । ଏନେଇ ବିଭାଗ ପକ୍ଷରୁ ହେଲପ୍ ଲାଇନ ନମ୍ବର ୦୬୭୪-୨୪୩୨୯୪୫ ଓ ଇ-ମେଲ: [email protected] ଜାରି କରାଯାଇଛି । ଇ-ମେଲ ଯୋଗେ ଜୀବିତ ପ୍ରମାଣପତ୍ର ନ ପଠାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.