fbpx

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆପ୍

ନୁଆଦିଲ୍ଲୀ: ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କିଛି ସମୟ ପୂର୍ବରୁ କେଜ୍ରିୱାଲଙ୍କ ଦିଳ୍ଲୀ ବାସଭବନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତୁରନ୍ତ ଆଜି ରାତି ସୁଦ୍ଧା ଏହି ମାମଲାର ଶୁଣାଣି କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଆପ୍ ଆବେଦନ କରିଛି। ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆପ୍ ସମର୍ଥକମାନେ ପ୍ରତିବାଦ ଜାରି ରଖିଛନ୍ତି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ସୂଚନା ଥାଉକି, ଏହି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। ଏହାପରେ ଏହି ମାମଲାକୁ ନେଇ ଆଜି କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେ ହାଇକୋର୍ଟରୁ ନିରାଶ ହେବା କ୍ଷଣି ଇଡିର ୮ ଜଣିଆ ଟିମ ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ଯାଇଥିଲେ। ତେବେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ କେଜ୍ରିୱାଲଙ୍କ ବୟାନ ରେକର୍ଡ ହୋଇଥିଲା। ଏହି ସମୟରେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ଇଡି ଜବତ କରି ନେଇଥିଲା। ସେପଟେ ଇଡିର ଏହି ଛାନଭିନ୍ ସମୟରେ କେଜ୍ରିୱାଲଙ୍କ ଘରେ ବାହାରେ ତାଙ୍କ ସମର୍ଥକ ଇଡି ବିରୋଧରେ ପ୍ରତିବାଦ ଓ ଭିକ୍ଷୋବ ପଦର୍ଶନ କରିଥିଲେ। ଯାହାକୁ ନେଇ କେଜ୍ରିୱାଲଙ୍କ ଘର ଆଗରେ ବ୍ୟାପକ ସୁରକ୍ଷା କର୍ମୀ ମୃତୟନ କରାଯାଇଥିଲା। ତେବେ ପ୍ରାୟ ୨ ଘଣ୍ଟାର ପଚରାଉଚରା ଓ ଛାନଭିନ୍ ପରେ ତାଙ୍କୁ ଇଡି ଗିରଫ କରିନେଇଥିଲା।

 

Get real time updates directly on you device, subscribe now.