fbpx

ଆଜି ଇସ୍ତଫା ଦେବେ କେଜ୍ରିୱାଲ! ବିଧାୟକ ଦଳର ବୈଠକରେ ଘୋଷଣା ହେବ ଆଗାମୀ ସିଏମଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଅର୍ଥାତ ଆଜି ଇସ୍ତଫା ଦେଇପାରନ୍ତି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ବୈଠକ ୧୧ଟା ୩୦ ମିନିଟରେ ହେବ। ଏହି ବୈଠକରେ ଆମ୍ ଆଦମୀ ପାର୍ଟୀର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ଏହି ବୈଠକରେ ହିଁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ। ଏହାପରେ କେଜ୍ରିୱାଲ ଅପରାହ୍ଣ ୪ଟା ମଧ୍ୟରେ ଉପରାଜ୍ୟପାଳ ବି କେ ସାକ୍ସେନାଙ୍କୁ ଭେଟି ପାରନ୍ତି ଏବଂ ଏହାରି ମଧ୍ୟରେ ସେ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି।

ଆମ୍ ଆଦମୀ ପାର୍ଟୀ ସୋମବାର ଦିନ ଅନେକ ବୈଠକ କରିଛି। କେଜ୍ରିୱାଲ ପାର୍ଟୀର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା-ରାଜନୈତିକ ବ୍ୟାପାର କମିଟି(ପିଏସି)ର ସଦସ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆବାସ ଉପରେ ଜଣ-ଜଣଙ୍କୁ ନେଇ ବୈଠକ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେମାନଙ୍କ ରାୟ ମାଗିଥିଲେ। ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପାର୍ଟିର ପସନ୍ଦ ବିଷୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସଦସ୍ୟ ରାଘବ ଚଡ୍ଡାଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ।

Get real time updates directly on you device, subscribe now.