fbpx

କେଜ୍ରିୱାଲଙ୍କୁ ପୁଣି ଝଟକା: ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଏକ ଝଟକା । ଗିରଫ ପରେ ଇଡି କେଜ୍ରିୱାଲଙ୍କୁ ପ୍ରଥମେ ୧୦ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ଏବେ ତାହା ସାମପ୍ତ ହୋଇଯାଇଛି । ଏହା ମଧ୍ୟରେ ପୁଣି ୭ ଦିନ ରିମାଣ୍ଡ ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିବା ବେଳେ ରାଉଜ ଏଭିନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡକୁ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଏପ୍ରିଲ ପହିଲା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଇଡି ପକ୍ଷରୁ କେଜ୍ରିୱାଲଙ୍କ ବୟାନ ରେକର୍ଡ କରାଯାଇଥିଲା ଓ ସେ ପ୍ରଶ୍ନର ଉତ୍ତର ସିଧାସଳଖ ଭାବେ ଦେଇନଥିବା କୁହାଯାଇଥିଲା । ଯେଉଁ ଡିଜିଟାଲ ଡାଟା ମିଳିଥିଲା ତାହାକୁ ପରୀକ୍ଷା କରାଯାଇଥିଲା । ଗୋଆରୁ କିଛି ଲୋକଙ୍କୁ ଡକାଯାଇଥିଲା ଓ ମୁହାଁମୁହିଁ ଭବେ ବସାଇ ବୟାନ ରେକର୍ଡ କରାଯାଇଥିଲା । ଦୁଇ ପକ୍ଷଙ୍କ ଦଲିଲ ଶୁଣିବା ପରେ କୋର୍ଟ ୫ ଦିନର ରିମାଣ୍ଡ ଦେଇଥିଲେ । ଅନ୍ୟପକ୍ଷରେ ନିଜର ଗିରଫଦାରୀକୁ ବିରୋଧ କରିବା ସହ ଏହି ମାମଲା ଦୁଇ ବର୍ଷ ପୂର୍ବରୁ ଚାଲିଆସିଥିବା କେଜ୍ରିୱାଲ କହିଥିଲେ । ୨୦୨୨ ମସିହା ଅଗଷ୍ଟ ମାସରେ ସିବିଆଇର ମାମଲା ଫାଇନାଲ ହୋଇଥିଲା ଓ ଅଦାଲତ ତାଙ୍କୁ ଦୋଷୀ ଭାବେ ଗ୍ରହଣ କରିନଥିବା ସେ କହିଥିଲେ । କେବଳ ୪ ଜଣଙ୍କ ବୟାନରେ ତାଙ୍କର ନାମ ଆସିଥିବା କେଜ୍ରିୱାଲ କହିଥିଲେ ।

Get real time updates directly on you device, subscribe now.