fbpx

ବ୍ଲଡ଼ ପ୍ରେସର, ଡାଇବେଟିସ, ଥାଇରଏଡ୍ ଭଳି ସମସ୍ୟା ଥିଲେ, ପ୍ରତିଦିନ ଖାଆନ୍ତୁ ଲାଉ: ମିଳିବ ଜବରଦସ୍ତ ଫାଇଦା

ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ । ଲାଉ ପାଟିକୁ ପିତା ଲାଗୁଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଲାଉରେ ଭିଟାମିନ୍‌, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହା ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ।

ବ୍ଲଡ଼ ପ୍ରେସର, ଡାଇବେଟିସ , ଥାଇରଏଡ୍ ଭଳି ସମସ୍ୟା ଥିଲେ , ପ୍ରତିଦିନ ଲାଉ ଖାଆନ୍ତୁ । ଶୀଘ୍ର ଏସବୁ ରୋଗରୁ ମୁକ୍ତି ମିଳିବ । ଲାଉକୁ ଆପଣମାନେ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ସାହାଯ୍ୟ କରେ। ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ। ଏହା ଆଖି ପାଇଁ ମଧ୍ୟ ଏହା ବେଶ୍‌ ଦରକାରୀ ହୋଇଥାଏ। ଆଖି ବିନ୍ଧୁଥିଲେ ପତାରେ ଲାଉକୁ କାଟି ୧୦-୧୫ ମିନିଟ୍‌ ରଖନ୍ତୁ। ଆରାମ ଲାଗିବ । ଆଜି କାଲିର ସମୟରେ କେଶ ଝଡିବା ଲୋକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ତେଣୁ ଲାଉ ରସକୁ ମୁଣ୍ଡରେ ଲଗାନ୍ତୁ ଏବଂ କେଶ ଝଡାରୁ ମୁକ୍ତି ପାଆନ୍ତୁ ।

 

ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍‌ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଉ ଜୁସ୍‌ ବେଶ ଉପକାରୀ ।  ଡାଇବେଟିସ୍‌ ରୋଗୀ ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ ଲାଉ ଜୁସ ପିଅନ୍ତୁ। ନିୟମିତ ୨ ମାସ ଏପରି କରିବାପରେ କୋଲେଷ୍ଟରଲ ହ୍ରାସ ପାଇଥାଏ। ଲାଉ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ମଜଭୁତ୍‌ ହୋଇଥାଏ।

Get real time updates directly on you device, subscribe now.