fbpx

ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡ଼ିଲେ: ନବୀନଙ୍କ ପରେ ମାଆ ପଦ୍ମ ଧରିଲେ

ନୂଆଦିଲ୍ଲୀ: ଏପ୍ରିଲ ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ଗତ ୨୪ ତାରିଖରେ ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଦଳ ଛାଡ଼ିବାର ପାଖାପାଖି ୧ ଘଣ୍ଟା ମଧ୍ୟରେ ଭାଜପା ନବୀନଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଥିଲା । ତେବେ ନବୀନଙ୍କ ପରେ ତାଙ୍କର ମାଆ ତଥା ଦେଶ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ସାବିତ୍ରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଭାରତର ଟପ ଅରବପତିଙ୍କ ଲିଷ୍ଟରେ ସାମିଲ ରହିଛନ୍ତି । ତାଙ୍କର ନେଟୱାର୍ଥ ୨ ଲକ୍ଷ କୋଟିରୁ ଅଧିକ ରହିଥିବା ବେଳେ ସେ ଦେଶର ସବୁଠାରୁ ଧନୀ ମହିଳା ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି, ଆଦର୍ଶରେ ପ୍ରେରିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା ସାବିତ୍ରୀ କହିଛନ୍ତି । ସେ ୧୦ ବର୍ଷ ଧରି ନିଃସ୍ୱାର୍ଥପର ଭାବେ ହରିୟାଣାର ହିସାର ନିର୍ବାଚନ ମଣ୍ଡଳୀର ଲୋକଙ୍କର ସେବା କରିଆସିଛନ୍ତି ଓ ଆଗକୁ ତାହା ଜାରି ରଖିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.