fbpx

ଭାରତୀୟ ବଜାର ପାଇଁ ଟେସଲାର ବଡ ଘୋଷଣା, ଅଧା ଦାମ୍‌ରେ ବିକିବ ଇ-ବାହାନ ବ୍ୟାଟେରୀ

ନୂଆଦିଲ୍ଲୀ: ଆମେରିକାର ଏକ କମ୍ପାନୀ ଧୀରେ ଧୀରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଆମେରିକୀୟ କମ୍ପାନୀ ଟେସଲା ପାୱାର ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜ ବଜାର ଖୋଲିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି କି ଭାରତରେ ୫,୦୦୦ ବ୍ୟାଟେରୀ ରିଫର୍ବିସିଙ୍ଗ ସେଣ୍ଟର ଖୋଲିବ । ଏହାର ଲାଭ ଇ-ବାହାନ ବଜାରକୁ ମିଳିବ । କମ୍ପାନୀ ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବ ।

ଟେସଲା ପକ୍ଷରୁ ଦେଶରେ ପ୍ରଥମ ରିଫର୍ବିସଡ୍ ବ୍ୟାଟେରୀ ବ୍ରାଣ୍ଡ ‘ ରିଷ୍ଟୋର’ ଲଞ୍ଚ କରିଛି । ଏହା ଜରିଆରେ ସାରା ଦେଶରେ ୨୦୨୫ ସୁଦ୍ଧା ୫୦୦୦ ସେଣ୍ଟର ଖୋଲାଯିବା ନେଇ ପ୍ରସ୍ତୁତି ଚାଲିଛି । ଏହାର ହାର୍ଡୱେୟାର ଗୁରୁଗ୍ରାମରେ ନିର୍ମାଣ କରାଯାଇଛି । ଏହି ସମୂହର ମୂଖ୍ୟ କାର୍ଯ୍ୟାଳୟ ଆମେରିକା ଡେଲ୍‌ୱେୟାରରେ ରହିଛି । କମ୍ପାନୀର ୫୦୦ ସେଣ୍ଟର ପୂର୍ବରୁ ଦେଶରେ ରହିଛି ।

ଟେସଲା କହିଛି ଇଲେକ୍ଟ୍ରୋ କେମିକାଲ ବ୍ୟାଟେରୀ ଏନହାନ୍ସମେଣ୍ଟ (ଇବିଇପି)ର ଉପଯୋଗରେ ଲିଡ୍ ଏସିଡ୍ ବ୍ୟାଟେରୀର ଲାଇଫ୍‌କୁ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହା ସହିତ ଏହି ବ୍ୟାଟେରୀକୁ ଗ୍ରାହକଙ୍କୁ ନୂଆ ଇନଭର୍ଟର ବ୍ୟାଟେରୀ ତୁଳନାରେ ଅଧା ମୂଲ୍ୟରେ ବିକ୍ରୀ କରାଯିବ । ଏହି ବ୍ୟାଟେରୀ ଉପରେ କମ୍ପାନୀ ପକ୍ଷରୁ ୱାରେଣ୍ଟି ବି ଦିଆଯିବ ।
ଦେଶରେ ଇ-ବାହାନ ଓ ଇ-ମୋବିଲିଟିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏହି ପ୍ରକାର ସେଣ୍ଟରର ଆବଶ୍ୟକତା ବି ଆଗକୁ ବୃଦ୍ଧି ପାଇବ । ଆଗାମୀ ସମୟରେ ଦେଶରେ ଆହୁରି ୩୦ ହଜାର ସେଣ୍ଟର ଖୋଲିବ । ଏହାଦ୍ୱାରା ୧ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ।

ଭାରତରେ ଏବେ ପ୍ରତି ବର୍ଷ ୧୦ କୋଟି ଲିଡ୍ ଏସିଡ୍ ବ୍ୟାଟେରୀ ଖରାପ ହୋଇଯାଉଛି । ଏହି ବ୍ୟାଟେରୀକୁ ରିଫର୍ବିସଡ୍ କରି ପୁନର୍ବାର ବ୍ୟବହାର କରାଯିବା ଦ୍ୱାରା ଆମ ପରିବେଶକୁ ବି ବହୁତ ଲାଭ ମିଳିବ । କମ୍ପାନୀ ଏବେ ଦେଶରେ ୩ ଲକ୍ଷ ବ୍ୟାଟେରୀ ରିଫର୍ବିସ କରୁଛି ଓ ପୁନର୍ବାର ଗ୍ରାହକଙ୍କ ନିକଟରେ ପହଞ୍ଚାଉଛି ।

Get real time updates directly on you device, subscribe now.