fbpx

ସକାଳ ୧୦ଟାରେ ମୁକୁଳିବେ ଆର୍ଯ୍ୟନ, ଜେଲ୍ ପକ୍ଷରୁ ଖୋଲାଗଲା ବେଲ୍ ବକ୍ସ

ମୁମ୍ବାଇ: କ୍ରୁଜ୍ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆଜି ଜେଲ୍ ରୁ ମୁକୁଳିବେ । ତେବେ ଗତକାଲି ହିଁ ସେ ମୁକୁଳିବାର ଥିଲା କିନ୍ତୁ ସମୟ ସୀମା ଭିତରେ ଦସ୍ତାବିଜ୍ ପଇଠ ନ କରିବାକୁ ତାଙ୍କୁ ଆଉ ଏକ ରାତି ଆର୍ଥର୍ ରୋଡ ଜେଲରେ ରହିବାକୁ ପଡ଼ିଥିଲା । କିନ୍ତୁ ଆଜି ସକାଳ ୧୦ଟା ସମୟରେ ଆର୍ଯ୍ୟନ ଖାନ୍ ଜେଲରୁ ବାହାରିବା ନେଇ ଅନୁମାନ କରାଯାଉଛି । କାରଣ ଆଜି ଭୋରରୁ ହିଁ ୫ଟା ୩୦ ରେ ବେଲ୍ ବକ୍ସ ଖୋଲି ଦିଆଯାଇଛି । ତେଣୁ ଆଜି ସକାଳ ୧୦ଟା ସମୟରେ ଆର୍ଯ୍ୟନ ଜେଲରୁ ମୁକ୍ତ କରିଦିଆଯାଇପାରେ ।

ସୂଚନା ଅନୁସାରେ, ଆର୍ଯ୍ୟନ ଖାନ୍ ଫେରିବା ଖୁସିରେ ମନ୍ନତକୁ ସଜାଯାଇଛି । ଗତକାଲି ଠାରୁ ହିଁ ମନ୍ନତ ସାମନାରେ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି । ତେବେ ୨୫ ଦିନ ପର୍ଯ୍ୟନ୍ତ ଜେଲ୍ ରେ ରହିବା ପରେ ଜେଲ୍ ରୁ ବାହାରକୁ ଆସିବେ ଆର୍ଯ୍ୟନ । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନ୍ ଗିରଫ ହୋଇଥିଲେ ।

Get real time updates directly on you device, subscribe now.