fbpx

ଅଷ୍ଟମାତୃକା ପୂଜା ଓ ମାଆଙ୍କ ବେଶ ଅନୁଯାୟୀ କରନ୍ତୁ ଏହି ଭୋଗ, ବଢିବ ଜ୍ଞାନ ଓ ଶକ୍ତି

ବରାହ ପୁରାଣ ସପ୍ତବିଂଶ ଅଧ୍ୟାୟରେ ଉଲ୍ଲେଖ ଅଛି : ଶିବ ଅନ୍ଧକାସୁରକୁ ତ୍ରିଶୂଳରେ ପ୍ରହାର କରିବା ଦ୍ୱାରା ତାହାର ରକ୍ତ ଭୂମିରେ ପଡ଼ି ଅନ୍ଧକ ପରି ଶକ୍ତିଶାଳୀ ଅସଂଖ୍ୟ ଅସୁର ଜନ୍ମନେଲେ । ତେଣୁ ତାହାର ରକ୍ତ ଭୂମିରେ ପଡ଼ିବା ଆଗରୁ ତାହାକୁ ଶୋଷିବା ପାଇଁ ଅଷ୍ଟଦେବତା ସ୍ୱଦେହରୁ ଅଷ୍ଟମାତୃକା ଜାତ କଲେ । ମଣିଷଙ୍କ ଅଷ୍ଟ ରିପୁ ଅଷ୍ଟମାତୃକାରେ ପରିଣତ ହେବା କଥା ମଧ୍ୟ ଏହି ପୁରାଣରେ ଲେଖାଯାଇଛି । ସେମାନେ ହେଲେ କାମ : ଯୋଗେଶ୍ରୀ, ବା ମାହେଶ୍ୱରୀ, କ୍ରୋଧ : ରୁଦ୍ରାଣୀ, ମଦ : ବ୍ରାହ୍ମଣୀ, ମତ୍ସର୍ଯ୍ୟ : ଇନ୍ଦ୍ରାଣୀ, ଅସୂୟା : ବାରହୀ ଏବଂ ଶୂନ୍ୟ : ଚାମୁଣ୍ଡା । ଏହି ରିପୁମାନେ ଏତେ ଶକ୍ତିଶାଳୀ ଯେ ଏମାନଙ୍କୁ ଦମନ କରିବା ଅସମ୍ଭବ । ଏମାନଙ୍କୁ ଭକ୍ତିଯୋଗରେ ବଶୀଭୂତ କରିବାକୁ ମାତୃକା ପୂଜା ଆରମ୍ଭ ହେଲା । ଶାରଦୀୟ ମହାଉତ୍ସବରେ ଓଡ଼ିଶାରେ ଅଷ୍ଟମାତୃକା ପୂଜନ କରାଯାଏ ।

ଶୈଳପୁତ୍ରୀ : ଗାଈ ଘିଅରେ ପ୍ରସ୍ତୁତ ଭୋଗ ଅର୍ପଣ କରାଯାଏ । ନିରାମୟ ଜୀବନ ବିତାଇବା ପାଇଁ ଆଶୀର୍ବାଦ ମିଳେ ।

ବ୍ରହ୍ମଚାରିଣୀ : ଚିନିରେ ପ୍ରସ୍ତୁତ ଭୋଗ ଓ ଫଳ । ଏହା ଦ୍ୱାରା ପରିବାର ସଦସ୍ୟ ଦୀର୍ଘାୟୁ ହୁଅନ୍ତି ।

ଚନ୍ଦ୍ରଘଣ୍ଟା : ଖିର ଭୋଗ, ମିଠା ଓ ଖିରି ଭୋଗ । ମାଆଙ୍କୁ ଲାଗି ପରେ ବ୍ରାହ୍ମଣଙ୍କୁ ଦାନ କଲେ ଦୁଃଖ ଓ ଶୋକ ନାଶ ହୁଏ ।

କୁଷ୍ମାଣ୍ଡା : ଏହି ବେଶରେ ମାଆଙ୍କୁ ମାଲପୁଆ ଅର୍ପଣ କଲେ ଜ୍ଞାନ ଓ ଶକ୍ତି ବଢ଼େ ।

ସ୍କନ୍ଦମାତା : ପାଚିଲା କଦଳୀ ଭୋଗ କରାଯାଏ ।

କାତ୍ୟାୟନୀ : ଏହି ବେଶରେ ମହୁ ଭୋଗ ମାଆଙ୍କର ପସନ୍ଦ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଆଶୀର୍ବାଦ ମିଳେ ।

କାଳରାତ୍ରି : ଗୁଡ଼ରେ ପ୍ରସ୍ତୁତ ଭୋଗ ଲାଗି ହୁଏ । ଏହା ଦ୍ୱାରା ଭକ୍ତର ଦୁଃଖ ଶୋକ ନାଶ ହୁଏ । ଅସନ୍ନ ବିପତ୍ତିରୁ ରକ୍ଷା ମିଳେ ।

ମହାଗୌରୀ : ନଡ଼ିଆ ଭୋଗ । ଏହି ବେଶରେ ମାଆଙ୍କ ଠାରେ ସନ୍ତାନହୀନ ଦମ୍ପତ୍ତି ନଡ଼ିଆ ଭୋଗ ଲଗାଇଲେ ସନ୍ତାନପ୍ରାପ୍ତିର ସୌଭାଗ୍ୟ ମିଳେ ।

ସିଦ୍ଧିଦାତ୍ରୀ : ରାଶି ବା ଖସା ପ୍ରସ୍ତୁତ ଭୋଗ ଲଗାଯାଏ ।

Get real time updates directly on you device, subscribe now.