fbpx

ଏସିଆ କପ୍ ୨୦୨୩: ଭାରତ ସହିତ ସ୍ୱର ମିଶାଇଲେ ଦୁଇ ପଡ଼ୋଶୀ, ପାକିସ୍ତାନ ଟିମ୍ ପଠାଇବାକୁ ମନାକଲେ

ନୂଆଦିଲ୍ଲୀ: ମଉଳିବାରେ ଲାଗିଛି ପାକିସ୍ତାନର ଏସିଆ କପ୍ ଆୟୋଜନ କରିବାର ସ୍ୱପ୍ନ । ଆଉ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଉଛି ଏସିଆ କପ୍ ୨୦୨୩ । କାରଣ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲାଗିଛି ଆଉ ଏକ ଝଟକା । ଏସିଆନ କ୍ରିକେଟ୍ କାଉଂସିଲର ଦୁଇ ସଦସ୍ୟ ବାଂଲାଦେଶ ଏବଂ ଶ୍ରୀଲଙ୍କା ପାକିସ୍ତାନ ଆଶାରେ ପାଣି ଭରି ଦେଇଛନ୍ତି । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଏହି ଦୁଇ ଦେଶର କ୍ରିକେଟ ବୋର୍ଡ ଏସିଆ କପ୍ ୨୦୨୩ ପାକିସ୍ତାନ ବାହାରେ ଆୟୋଜନ କରିବାକୁ ଭାରତର ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ନିଜ ଦେଶରେ ଏସିଆର ଏହି ବଡ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଜିଦ୍ ଧରିଥିବା ପିସିବି ବର୍ତ୍ତମାନ ଏହାର ପଡୋଶୀ ମାନଙ୍କ ସମର୍ଥନ ମଧ୍ୟ ହରାଇଛି। ଏହା ପୁର୍ବରୁ ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି ଯେ ଏସିଆ କପ୍ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବ ନାହିଁ। ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ। ଏହା ପରେ ଭାରତକୁ PCB ଧମକାଇବାକୁ କରିଥିଲା। ପାକିସ୍ତାନ ଯେ, ଯଦି ଭାରତୀୟ ଦଳ ପାକିସ୍ତାନ ନ ଆସନ୍ତି, ତେବେ ପାକିସ୍ତାନ ଦଳ ମଧ୍ୟ ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୫୦ ଓଭର ବିଶ୍ୱକପ ଖେଳିବାକୁ ଆସିବ ନାହିଁ।

ତେବେ ବିସିସିଆଇ ପକ୍ଷରୁ ପାକିସ୍ତାନର ଏହି ଧମକର କୌଣସି ଜବାବ ଦିଆଯାଇ ନଥିଲା । ଏହାପରେ ପିସିବି ମୁଖ୍ୟ ଆଜାମ ସେଠିଙ୍କ ବୟାନ ସାମ୍ନାକୁ ଆସିଥିଲା ​​ଯେ ସେ ବିଶ୍ୱକପ ୨୦୨୩ ରେ ଭାରତ ଖେଳିବାକୁ ପାକିସ୍ତାନ ଦଳ ପଠାଇବେ ଯଦି ଜୟ ଶାହା ଲିଖିତ ଭାବେ ନିଶ୍ଚିତ କରିବେ ଯେ ତାଙ୍କ ଦଳ ପଡୋଶୀ ଦେଶକୁ ଚାମ୍ପିଅନ୍ସ ଖେଳିବାକୁ ପଠାଇବ। ୨୦୨୫ ରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ। ଯଦିଓ PCB ର ଏହି ପ୍ରସ୍ତାବ ଉପରେ ବିସିସିଆଇ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Get real time updates directly on you device, subscribe now.