fbpx

ଦୁଇଟି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ ଥର ହେବ ଏହି ନିୟମ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ଲଗାତାର ଦ୍ୱନ୍ଦ୍ୱ ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ମନା କରିବା ପରେ ଏହାକୁ ନେଇ ଆଶଙ୍କା ଲାଗି ରହିଥିଲା । କିନ୍ତୁ ବର୍ତ୍ତମାନ ଏ ସମ୍ପର୍କିତ ଏକ ବଡ ଖବର ସାମନାକୁ ଆସିଛି । ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ ଏହି ନିୟମ ଲାଗୁ ହେବା ଦ୍ୱାରା ଏହା ଇତିହାସରେ ଏକ ନୂଆ ପୃଷ୍ଠା ହେବ ।

Asia Cup 2022 IND vs PAK: Pakistan got the power kneeled for 147 runs

ଭାରତ-ପାକିସ୍ତାନ ଦ୍ୱନ୍ଦ୍ୱକୁ ନେଇ ଏସିଆ କପ୍ ଆୟୋଜନରେ ପରିବର୍ତ୍ତନ କରାଯାଇଛି । ଚଳିତବର୍ଷ ଦୁଇଟି ଦେଶରେ ଏସିଆ କପ୍ ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଥିବା ବାକି ୫ଟି ଦଳର ମ୍ୟାଚ ପାକିସ୍ତାନରେ ହେବାକୁ ଥିବା ବେଳେ କେବଳ ଭାରତର ମ୍ୟାଚଗୁଡିକ ଅନ୍ୟ ଦେଶରେ ଆୟୋଜିତ ହେବ । ତେବେ ରିପୋର୍ଟ ଅନୁସାରେ ଭାରତର ମ୍ୟାଚଗୁଡିକ ଓମାନ, ୟୁଏଇ, ଶ୍ରୀଲଙ୍କା କିମ୍ବା ଇଂଲଣ୍ଡରେ ଆୟୋଜନ କରାଯାଇପାରେ । ତେବେ ଯଦି ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିବ, ତେବେ ଫାଇନାଲ ମ୍ୟାଚ ମଧ୍ୟ ପାକିସ୍ତାନରେ ଖେଳାଯିବ ନାହିଁ । ଟୁର୍ଣ୍ଣାମେଣ୍ଟର ସୂଚୀ ଏବେ ପ୍ରକାଶ ପାଇନଥିବା ବେଳେ ଏହି ନିୟମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Cricket: Your guide to Asia Cup 2022 Twenty20 tournament in the UAE |  Special-reports – Gulf News

୧୯୮୪ ମସିହାରେ ଏସିଆ କପ୍ ଆରମ୍ଭ ହୋଇଥିବା ବେଳେ ଇତିହାସରେ ପ୍ରଥମ ଥର ପାଇଁ ଦୁଇଟି ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଯାଉଥିବା ୬ଟି ଦେଶକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରଥମ ଗ୍ରୁପରେ ଭାରତ, ପାକିସ୍ତାନ ଏବଂ କ୍ୱାଲିଫାୟର ଟିମକୁ ସ୍ଥାନ ମିଳିବ । ସେହିପରି ଦ୍ୱିତୀୟ ଗ୍ରୁପରେ ରହିଛନ୍ତି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ରହିଛନ୍ତି । ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇଟି ଟିମ ସୁପର-୪ ଏବଂ ସୁପର-୪ର ଦୁଇ ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.