fbpx

ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଆସନ୍ତା ୪ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପଞ୍ଚାୟତ ସମିତି ଅଫିସ, ମୟୂରଭଞ୍ଜ ତରଫରୁ ବ୍ୟାଙ୍କ ମିତ୍ର, ସିଆରପି-ସିଏମ, ମାଷ୍ଟର ବୁକ କିପର (ଏମବିକେ) ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବ୍ୟାଙ୍କ ମିତ୍ର, ଏମବିକେ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିଥିବା ଆବଶ୍ୟକ । ସେହିପରି ସିଆରପି-ସିଏମ ପଦ ପାଇଁ ପ୍ରାର୍ଥୀ ଦଶମ ପାସ୍ କରିଥିବା ଆବଶ୍ୟକ । ପ୍ରତ୍ୟେକ ପଦ ପାଇଁ ଅଲଗା ଅଲଗା ଦରମା ରହିଛି ।

ପ୍ରାର୍ଥୀ ଜଣେ ମହିଳା ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି) ସଦସ୍ୟ ହେବା ସହ ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ପ୍ରତ୍ୟେକ ପଦ ପାଇଁ ଆପ୍ଲିକେସନ ଫର୍ମ ଡାଉନଲୋଡ କରିପାରିବେ । ଏଥିସହିତ ଜିପିଏଲଏଫ କିମ୍ବା ବିଏଲଏଫ ଅଫିସରେ ମଧ୍ୟ ଏହି ଫର୍ମ ଉପଲବ୍ଧ ହେଉଛି । ଆସନ୍ତା ମାସ ୪ ତାରିଖ ଅପରାହ୍ଣ ୫.୩୦ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ ପତ୍ର ପଠାଇବାକୁ ପଡ଼ିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://mayurbhanj.nic.in/

Get real time updates directly on you device, subscribe now.