fbpx
BJD SKY
BJD SKY

କେଉଁ ନିୟମ ଆଧାରରେ ସାଂସଦ ଅଯୋଗ୍ୟ ହୋଇଥାନ୍ତି? ଜାଣନ୍ତୁ କ’ଣ ରହିଛି ନିୟମ

BJD

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରଟ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ନିଜର ଲୋକସଭା ସଦସ୍ୟ ପଦ ମଧ୍ୟ ହରାଇଛନ୍ତି ରାହୁଲ ଗାନ୍ଧୀ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରାଯାଇଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ତେବେ କେଉଁ ନିୟମ ଅନୁସାରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି? ଆସନ୍ତୁ ଜାଣିବା ଏ ନେଇ କ’ଣ ରହିଛି ନିୟମ?

Rahul Gandhi in cross hairs: Rule using which he can face Lok Sabha  suspension | Latest News India - Hindustan Times

ନିୟମ ଅନୁସାରେ, ଯଦି କୌଣସି ସାଂସଦଙ୍କୁ ଅଦାଲତ ଦୁଇ ବର୍ଷ ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇବେ, ତେବେ ତାଙ୍କର ସଦସ୍ୟ ପଦ ରଦ୍ଦ କରି ଦିଆଯିବ । ଗତ ୨୦୧୫ରେ ଏହାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଲଢେଇ ହୋଇଥିଲା ଲିଲୀ ଥାମମ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ । ଏଥିରେ ସୁପ୍ରିମ କୋର୍ଟ କହିଥିଲେ ଯେ, ଯଦି କୌଣସି ବିଧାୟକ କିମ୍ବା ସାଂସଦଙ୍କୁ ୨ ବର୍ଷରୁ ଅଧିକ ସମୟ ଜେଲ ହୁଏ, ତାଙ୍କର ସଦସ୍ୟ ପଦ ରଦ୍ଦ କରି ଦିଆଯିବ । ତେଣୁ ଏହି ନିୟମ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ଉପରେ ମଧ୍ୟ ରୋକ ଲଗାଯାଇଛି । କୋର୍ଟ ତାଙ୍କୁ ୨ ବର୍ଷର ଜେଲ ଦଣ୍ଡ ଦେବା ପରେ ଆଜି ବାଚସ୍ପତି ରାହୁଲ ଗାନ୍ଧୀଙ୍କୁ ସଦସ୍ୟ ପଦ ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି ।

ସମ୍ବିଧାନର ୧୦୨ ଧାରାରେ ଏହାର ସମ୍ପୂର୍ଣ୍ଣ ବର୍ଣ୍ଣନା କରାଯାଇଛି :

ଯଦି ଅଭିଯୁକ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ କୌଣସି ଲାଭବାନ ପଦବୀରେ ସ୍ଥାନ ପାଇଥାନ୍ତି

ଯଦି ତାଙ୍କର ମାସିକ ଅବସ୍ଥା ଠିକ ନଥାଏ ଏବଂ କୋର୍ଟ ତାଙ୍କୁ ମାନସିକ ରୋଗୀ ଭାବେ ଘୋଷଣା କରି ଦିଅନ୍ତି

ଯଦି ସେ ଡିସଚାର୍ଜ ଦେବାଳିଆ ହୋଇଥାନ୍ତି

ଯଦି ବ୍ୟକ୍ତି ଜଣକ ଭାରତୀୟ ନାଗରିକ ହୋଇନଥିବେ । ଯଦି ତାଙ୍କର ନାଗରିକତା ଶେଷ କରି ଦିଆଯାଇଥିବ କିମ୍ବା ସେ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିବେ ।

ଯଦି ସେ ସଂସଦ ଦ୍ୱାରା ତିଆରି ହୋଇଥିବା ନିୟମ କାନୁନ ଅନୁସାରେ ଅଯୋଗ୍ୟ ଘୋଷିତ ହୁଅନ୍ତି ତେବେ ବ୍ୟକ୍ତି ଜଣକ ସଦସ୍ୟତା ହରାଇଥାନ୍ତି ।

Get real time updates directly on you device, subscribe now.