fbpx

Asia University Rankings 2023: ଏସିଆର ଟପ୍ ୨୦୦ରେ ଭାରତର ୧୮ଟି ବିଶ୍ୱବିଦ୍ୟାଳୟ, ଜାଣନ୍ତୁ କେଉଁ ସଂସ୍ଥାଗୁଡ଼ିକ ରହିଛି ଆଗରେ

ନୂଆଦିଲ୍ଲୀ: ଟାଇମ୍ସ ହାୟର ଏଜୁକେସନ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ ୨୦୨୩ ରିଲିଜ୍ ହୋଇଛି । ଯେଉଁଥିରେ ଏସିଆର ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ରାଙ୍କିଙ୍ଗ୍ ଦିଆଯାଇଛି । ର଼୍ୟାଙ୍କିଙ୍ଗରେ ସର୍ବାଧିକ ଜାପାନର ୧୧୭ ବିଶ୍ୱବିଦ୍ୟାଳୟ ସ୍ଥାନ ଅଧିକାର କରିଛି । ଏହା ପରେ ୯୫ ବିଶ୍ୱବିଦ୍ୟାଳୟ ସହିତ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏଥି ସହିତ ଭାରତର ୭୫ ବିଶ୍ୱବିଦ୍ୟାଳୟ ଏହାକୁ ତୃତୀୟ ସ୍ଥାନକୁ ଆଣିବାରେ ସଫଳ ହୋଇଛି । ଗତ ବର୍ଷ ଏହି ସଂଖ୍ୟା ୭୧ ଥିଲା ।

ଭାରତର ସର୍ବୋଚ୍ଚ ରାଙ୍କିଙ୍ଗ ପାଇଥିବା ସଂସ୍ଥା ହେଉଛି ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ । ଅବଶ୍ୟ ଏହାର ସ୍ଥିତି ହ୍ରାସ ପାଇଛି । ଯେଉଁଠାରେ ଗତ ବର୍ଷ ଏହା ୪୨ ତମ ସ୍ଥାନରେ ଥିଲା, ଚଳିତ ଏହି ବର୍ଷ ଏହା ୪୮ ତମ ସ୍ଥାନରେ ରହିଛି । ଏହା ବ୍ୟତୀତ ଆହୁରି ୩ ଟି ଭାରତୀୟ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟରେ ସାମିଲ ରହିଛି । ଯାହାର ନାମ ହେଉଛି ଜେଏସଏସ ଏକାଡେମୀ ଅଫ୍ ହାୟର ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ରାଙ୍କ ୬୮), ଶୋଲେନି ୟୁନିଭରସିଟି ଅଫ୍ ବାୟୋଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ସାଇନ୍ସ (ରାଙ୍କ ୭୭) ଏବଂ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ରାଙ୍କ ୯୫) ।

ଶ୍ରେଷ୍ଠ ୨୦୦ ରେ ୧୮ ଟି ବିଶ୍ୱବିଦ୍ୟାଳୟ ରହିଛି :-

ଏହା ପରେ ୧୦୬ ତମ ମାନ୍ୟତା ପାଇଛି ଆଇଆଇଟି ହାଇଦ୍ରାବାଦ, ୧୧୧ ତମ ରାଙ୍କରେ ଅଲଗପ୍ପା ବିଶ୍ୱବିଦ୍ୟାଳୟ, ସବିତା ବିଶ୍ୱବିଦ୍ୟାଳୟ (୧୧୩ ତମ ମାନ୍ୟତା), ଜାମିଆ ମିଲିଆ ଇସଲାମିଆ (୧୨୮ ତମ ମାନ୍ୟତା), ଆଇଆଇଟି ରୋପଡ (୧୩୧ ତମ ମାନ୍ୟତା) ଏବଂ ଆଇଆଇଟି ଦିଲ୍ଲୀ (୧୩୭ ତମ ମାନ୍ୟତା) ହାସଲ କରିଛି । ସମୁଦାୟ ୧୮ ଟି ଭାରତୀୟ ଅନୁଷ୍ଠାନ ଏସିଆର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟରେ ସାମିଲ । ଏଥି ସହିତ ଚୀନର ସିଙ୍ଗହୁଆ ବିଶ୍ୱବିଦ୍ୟାଳୟକୁ ସମଗ୍ର ଏସିଆରେ ପ୍ରଥମ ସ୍ଥାନ ଦିଆଯାଇଛି । ଅନ୍ୟପକ୍ଷରେ ପୋକିଂ ବିଶ୍ୱବିଦ୍ୟାଳୟକୁ ଦ୍ୱିତୀୟ ମାନ୍ୟତା ଦିଆଯାଇଛି ।

Get real time updates directly on you device, subscribe now.