fbpx
BJD SKY
BJD SKY

ପ୍ରଥମ ଦିନରେ ଭାରତକୁ ମିଳିଲା ୩ ରୌପ୍ୟ ଓ ୨ ବ୍ରୋଞ୍ଜ ମେଡାଲ, ଏବେ ସ୍ୱର୍ଣ୍ଣକୁ ସମସ୍ତଙ୍କର ଅପେକ୍ଷା

BJD

ନୂଆଦିଲ୍ଲୀ: ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ୧୯ ତମ ଏସିଆନ ଗେମ୍ସର ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ହେଉଛି ପ୍ରଥମ ଦିନ ଓ ପ୍ରଥମ ଦିନରେ ଭାରତ ୫ ଗୋଟି ପଦକ ହାସଲ କରିଛି । ଭାରତର ପଦକ ଖାତା ତ ଖୋଲିଯାଇଛି କିନ୍ତୁ ଏବେ ସ୍ୱର୍ଣ୍ଣ ପଦକ ଲାଗି ସମସ୍ତଙ୍କର ଅପେକ୍ଷା ରହିଛି । ଭାରତୀୟ ଖେଳାଳୀମାନେ ଏ ପର୍ଯ୍ୟନ୍ତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ରୋଇଂ ଟିମ୍ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ, ଏୟାର ରାଇଫଲ ଟିମ୍ ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

ଟେନିସ୍‌ରେ ଭାରତର ସିଙ୍ଗଲସ୍ ରାଉଣ୍ଡ ୩୨ ମୁକାବିଲାରେ ସୁମିତ ନାଗଲ ମକାଓର ମାର୍କୋ ଲେଉଙ୍ଗଙ୍କୁ ୬-୦, ୬-୦ରେ ହରାଇଛନ୍ତି । ସେ ଏବେ ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି ।

ଶୁଟିଂରେ ରମିତା ଦେଶକୁ ୫ମ ପଦକ ଦେଇଛନ୍ତି । ୱିମେନସ୍ ୧୦ ମିଟର ଏୟାର ରାଇଫଲରେ ରମିତା ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏହା ପୂର୍ବରୁ ସେ ୱିମେନ୍ସ ୧୦ ମିଟର ଏୟାର ରାଇଫଲରେ ଟିମ୍ ପ୍ରତିଯୋଗିତାରେ ରୌପ୍ୟ ମେଡାଲ ଜିତିଥିଲେ । ୱିମେନ୍ସ ୧୦ ମିଟର ଏୟାର ରାଇଫଲରେ ଚୀନକୁ ସ୍ୱର୍ଣ୍ଣ ମେଡାଲ ମିଳିଛି ।

Asian Games 2023: India’s medals tally by sport
Sport Gold Silver Bronze Total
Shooting 0 1 1 2
Rowing 0 2 1 3

ଭାରତର ପୁରୁଷ ହକି ଟିମକୁ ଟୁର୍ଣ୍ଣାମେଣ୍ଟକୁ ପ୍ରଥମ ମ୍ୟାଚ୍‌ରେ ବିଶାଳ ବିଜୟ ମିଳିଛି । ଭାରତ ଉଜବେକିସ୍ତାନ ଟିମ୍‌କୁ ୧୬-୦ ରେ ହରାଇଛି ।
ଭାରତର ମହିଳା କ୍ରିକେଟ ଟିମ୍ ମଧ୍ୟ ପଦକ ପକ୍କା କରିନେଇଛନ୍ତି । ଭାରତ ସେମିଫାଇନାଲ ମ୍ୟାଚ୍‌ରେ ବାଙ୍ଗଲାଦେଶକୁ ହରାଇଛନ୍ତି । ଫାଇନାଲ ମ୍ୟାଚ୍‌ରେ ଭାରତର ସାମ୍ନା କିଏ କରିବ ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.