fbpx

ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହଙ୍ଗା ପ୍ରଡକ୍ଟସ ବ୍ୟବହାର ନକରି ଏହି ଘରୋଇ ଉପଚାର କରନ୍ତୁ, ଏଥିରେ ସାଇଡ ଇଫେକ୍ଟ ଆଦୌ ନାହିଁ

ଓଡିଶା ଭାସ୍କର; ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ପ୍ରାୟ ବୁଢ଼ାବୁଢ଼ୀ ଯାଏଁ ସମସ୍ତେ ନିଜର ନିଜ ନିଜର ସୌନ୍ଦର୍ଯ୍ୟ ବଢାଇବାକୁ ଚାହୁଁଛନ୍ତି । ଏଥିପାଇଁ ଅନେକ ଜଣ ବିଭିନ୍ନ ମହଙ୍ଗା ପ୍ରଡକ୍ଟସର କସମେଟିକ୍ସ ବ୍ୟବହାର କରିଥାନ୍ତି । ମାତ୍ର କିଛି ଜଣ ଏଥିରୁ ଫାଇଦା ପାଉଥିବା ବେଳେ ଅନେକ ଜଣ ସାଇଡ ଇଫେକ୍ଟରେ ପ୍ରଭାବିତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆପଣ କମ୍ ଟଙ୍କା ଖର୍ଚ୍ଚରେ ଏବଂ ବିନା ସାଇଡ ଇଫେକ୍ଟରେ ଆପଣଙ୍କ ସୌନ୍ଦର୍ଯ୍ୟ ବଢ଼ାଇପାରିବେ । ଏଥିପାଇଁ ଆପଣଙ୍କୁ କିଛି ଘରୋଇ ଉପଚାର କରିବାକୁ ପଡିବ । ଆସନ୍ତୁ, ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

  • ହଳଦୀ :

ଏଥିରେ ଆଣ୍ଟି ସେପ୍ଟିକ୍-, ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ଗୁଣ ଭରପୁର ରହିଥାଏ । ହଳଦୀ ସହିତ କ୍ଷୀର ମିଶାଇ ଏହାକୁ ଫେସପ୍ୟାକ୍ଣ ଭାବରେ ଲଗାଇବା ଦ୍ୱାରା ଆପଣଙ୍କ ଚର୍ମରେ ଚମକ ଆଣିବା ସହିତ ଦାଗ ଦୂର କରିଥାଏ। ଏହି ପେଷ୍ଟ କରି ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଉଷୁମ ପାଣିରେ ଧୋଇବା ପୂର୍ବରୁ ୧୫-୨୦ ମିନିଟ୍ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । ସପ୍ତାହରେ ୨-୩ ଥର ଏପରି ପୁନରାବୃତ୍ତି କରନ୍ତୁ ।

  • ନଡ଼ିଆ ତେଲ :

ନଡ଼ିଆ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ଥଣ୍ଡା ଦିନରେ ବରଦାନ ହୋଇଥାଏ । ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ନଡ଼ିଆ ତେଲ ଡ୍ରାଏ ସ୍କିନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡାରୁ ଫାଟୁଥିବା ସ୍କିନ୍ଁ କୁ ମଧ୍ୟ ଏହା ଠିକ୍ଏ କରିଥାଏ ।

  • ଚନ୍ଦନ :

ଚନ୍ଦନକୁ ଚେହେରା ର ପ୍ରତ୍ୟେକ ଆଲର୍ଜି ପାଇଁ ରାମବାଣ କୁହାଯାଇଥାଏ । ଚନ୍ଦନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ଦାଗହୀନ ହୋଇଥାଏ । ଗରମରେ ଚନ୍ଦନର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।

  • ପାଚିଲା ଅମୃତ ଭଣ୍ଡା :

ଅମୃତ ଭଣ୍ଡାରେ ଏନଜାଇମ୍ ଥାଏ ଯାହା ଚର୍ମକୁ ସୁନ୍ଦର ଏବଂ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ୧/୪ କପ୍ ପାଚିଲା ଅମୃତ ଭଣ୍ଡାକୁ ମାଶ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଏହାପରେ ତାହାକୁ ୫-୨୦ ମିନିଟ୍ ରଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ୨-୩ ଥର ପୁନରାବୃତ୍ତି କରନ୍ତୁ ।

  • ମହୁ :

ମହୁ ଏକ ପ୍ରାକୃତିକ ମଶ୍ଚରାଇଜର ଏବଂ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଚର୍ମକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ମୁହଁରେ ଏକ ପତଳା ମହୁ ଲଗାନ୍ତୁ ଏବଂ ଏହାକୁ ଉଷୁମ ପାଣିରେ ଧୋଇବା ପୂର୍ବରୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହାକୁ ସପ୍ତାହରେ ୨-୩ ଥର ପୁନରାବୃତ୍ତି କରନ୍ତୁ ।

  • ଆଲୋ ଭେରା ବା ଘି କୁଆଁରୀ :

ଆଲୋ ଭେରାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ମଶ୍ଚରାଇଜିଂ ଗୁଣ ରହିଛି ଯାହା ଚର୍ମକୁ ଶାନ୍ତ ଏବଂ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ । ଆଲୋ ଭେରା ଜେଲକୁ ସିଧାସଳଖ ଚର୍ମରେ ଲଗାନ୍ତୁ, ଏହାକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ତାପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ୨-୩ ଥର ପୁନରାବୃତ୍ତି କରନ୍ତୁ ।

  • କ୍ଷୀର :

କ୍ଷୀରରେ ଲାକ୍ଟିକ୍ ଏସିଡ୍ ଥାଏ, ଯାହା ଚର୍ମକୁ ଉଜ୍ଜ୍ୱଳ ଏବଂ ମଇଳା ସଫା କରିବାରେ ସାହାଯ୍ୟ କରିଥାଏ । ୧ ଚାମଚ କ୍ଷୀରକୁ ୧ ଚାମଚ ମହୁ ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଉଷୁମ ପାଣିରେ ମୁହଁ ଧୋଇବା ପୂର୍ବରୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ । ସପ୍ତାହରେ ୨-୩ ଥର ଏପରି ପୁନରାବୃତ୍ତି କରନ୍ତୁ ।

  • ନିମ :

ନିମରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଏବଂ ଆଣ୍ଟି ଆକ୍ସିଡେଣ୍ଟ ପ୍ରପର୍ଟି ମିଳିଥାଏ । ସେଥିଲାଗି ଆପଣଙ୍କୁ ନିମର ବ୍ୟବହାର କରିବା ଉଚିତ । ଆପଣ ନିମର ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ଆପଣଙ୍କୁ ଚେହେରାରେ ନିମର ପ୍ୟାକ ଲଗାଇବାରେ ଯଦି କୌଣସି ସମସ୍ୟା ଥାଏ , ତେବେ ଆପଣ ଉଷୁମ ପାଣିରେ ୫-୧୦ ମିନିଟ୍ ନିମର ପତ୍ର ପକାଇ ସେଥିରେ ମୁଁହକୁ ଧୋଇପାରିବେ ।

Get real time updates directly on you device, subscribe now.