fbpx

ଆରମ୍ଭ ହେଲା ଏସିଆନ ଗେମ୍ ଉଦଘାଟନ ସମାରୋହ, ହରମନପ୍ରୀତ ଓ ଲଭଲିନା ହାତରେ ତ୍ରିରଙ୍ଗା ଧରି ନେଲେ ଭାରତର ନେତୃତ୍ୱ

ନୂଆଦିଲ୍ଲୀ: ୨୩ ସେପ୍ଟେମ୍ବର ଅର୍ଥାତ୍ ଶନିବାର ଚୀନ୍‌ର ହାଙ୍ଗଝୋଉରେ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଗ୍ ଲୋଟସ୍ ନାମକ ଏହି ଷ୍ଟାଡିୟମକୁ ୨୦୧୮ରେ ଏକ ଫୁଟବଲ୍ ଷ୍ଟାଡିୟମ ଭାବରେ ନିର୍ମାଣ କରାଯାଇଥିଲା । ଏସୀୟ ଖେଳ ଉଦଘାଟନ ସମାରୋହ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇଯାଇଛି । ଭାରତରେ ଏହାର ସିଧା ପ୍ରସାରଣ ଉପଲବ୍ଧ ହେବ ।

ଅଲମ୍ପିକ୍ ଚାମ୍ପିଆନ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅଧିକାରୀକ ରୂପରେ ଆରମ୍ଭ ହେଉଥିବା ଏସୀୟ ଖେଳରେ ନିଜର ପ୍ରଦର୍ଶନ ଦମଦାର କରିବାକୁ ପ୍ରୟାସ କରିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, କୋଭିଡ କାରଣରୁ ଏହି ଏସିଆନ୍ କ୍ରୀଡାକୁ ଗୋଟିଏ ବର୍ଷ ବିଳମ୍ବ କରି ଦିଆଯାଇଛି ।

ନିଜ ନିଜର ଧ୍ୱଜବାହାକଙ୍କ ନେତୃତ୍ୱରେ ଇଭେଣ୍ଟରେ ସାମିଲ ସମସ୍ତ ଦେଶ ଏହି ମେଗା ଉଦଘାଟନ କାର୍ଯ୍ୟକ୍ରମରେ ପ୍ୟାରେଡ ଆରମ୍ଭ କରିଛନ୍ତି । ପ୍ୟାରେଡ ଆରମ୍ଭ କରିଥିବା ପ୍ରଥମ ଦେଶ ଆଫଗାନିସ୍ଥାନ ଥିଲା । ଏହାପରେ ବାହାରିନ, ବାଙ୍ଗଲାଦେଶ, ଭୁଟାନ, ବ୍ରୁନେଇ ଦାରୁରସଲାମ, ଡେମୋକ୍ରେଟିକ ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା, ହଙ୍ଗକଙ୍ଗ, ଚୀନ, ଭାରତ, ଇଣ୍ଡୋନେସିଆ, ଇସଲାମିକ ରିପବ୍ଲିକ ଅଫ୍ ଇରାନ, ଇରାକ ପ୍ୟାରେଡ ପ୍ରଦର୍ଶନ କରିଥିଲେ ।
ହକି କ୍ୟାପଟେନ ହରମନପ୍ରୀତ ସିଂହ ଓ ବିଶ୍ୱ ଚାମ୍ପିଅନ ବକ୍ସର ଲଭଲିନା ବୋରଗୋହେନ୍ ଏହି ଉଦଘାଟନ ସମାରୋହରେ ଭାରତର ଧ୍ୱଜବାହାକ ହୋଇଛନ୍ତି । ୨୦୨୦ ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୨୦୧୮ରେ ଆୟୋଜିତ ଜାକର୍ତ୍ତା ଏସିଆନ ଗେମ୍ସରେ ଧ୍ୱଜବାହାକ ଥିଲେ ।

Get real time updates directly on you device, subscribe now.