fbpx

ମହିଳା କାନୋଏରେ ସ୍ୱର୍ଣ୍ଣ ଜିତିଲେ ପ୍ରାଚୀ, ସ୍ୱାମୀ ମନୀଷ କୌରବ ମଧ୍ୟ ହାତେଇଲେ ପଦକ

ହଙ୍ଗଜୋ: ପାରା ଏସିଆନ୍ ଗେମ୍ସ ୨୦୨୩ରେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ୨୪ ଅକ୍ଟୋବରରେ ପ୍ରାଚୀ ଯାଦବ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କେବଳ ଏତିକି ନୁହେଁ, ସ୍ୱାମୀ ମନୀଷ କୌରବ ମଧ୍ୟ ଦେଶ ପାଇଁ ପଦକ ଜିତିଛନ୍ତି ।

କାନୋଏ(ଏକ ପ୍ରକାର ନୌଚାଳନା)ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭କୁ ବୃଦ୍ଧି ହୋଇଛି । ମହିଳା କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍‌ରେ ପ୍ରାଚୀ ଯାଦବ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେ ମହିଳା କେଏଲ 2 କାଟାଗୋରୀ ପାରା କାନୋଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ାରେ ଦ୍ବିତୀୟ ଦିନରେ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ମହିଳା କେଏଲ 2 ପାରା କାନୋଏରେ ପ୍ରାଚୀ 54.962 ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ପ୍ରାଚୀ ମହିଳା ବିଭାଗର କାନୋଏ ଇଭେଣ୍ଟ୍‌ରେ VL2 ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେହିପରି କେଏଲ୍‌ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 19ରେ ପହଞ୍ଚିଛି । ସେଥିରେ 7ଟି ସ୍ବର୍ଣ୍ଣ 6ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ମିଳିଛି ।

ସେହିପରି ଏସୀୟ କ୍ରୀଡ଼ା ପ୍ରଥମ ଦିନରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ଅଙ୍କୁର ଧାମା ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ହାଇଜମ୍ପ୍‌ରେ ନିଶାଦ କୁମାର ସ୍ବର୍ଣ୍ଣ ପଦକ ଜିତିଥିବାବେଳେ T63 ପୁରୁଷ ହାଇ ଜମ୍ପ୍‌ରେ ପୋଡିୟମ ଅକ୍ତିଆର କରିଥିଲେ ଭାରତୀୟ କ୍ରୀଡାବିତ୍‌ । ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍‌ ଜିତିଥିଲେ । ପୁରୁଷ କ୍ଲବ ଥ୍ରୋରେ ପୋଡିୟମ ପୋଛିଥିଲେ ଭାରତୀୟ କ୍ରୀଡାବିତ । ପାରା ଜୁଡୋ ମହିଳା 48 କେଜି j2ରେ କୋକିଳା ବ୍ରୋଞ୍ଜ ପଦକ ଜିତିଥିଲେ । ପାରା ମହିଳା ଟାଇକୋଣ୍ଡ 47 କେଜିରେ ଅରୁଣା ତନୱାର ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.