ଆସିଫ ଅଲୀ ନେଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ, ଟିମରେ ମିଳୁନଥିଲା ସୁଯୋଗ
ଅନ୍ତର୍ଜାତୀୟ କ୍ରିକେଟରୁ ଆସିଫ ଅଲୀ ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ଖେଳାଳି ଆସିଫ ଅଲୀ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ବହୁ ସମୟରୁ ଟିମରେ ସୁଯୋଗ ଦିଆଯାଉ ନଥିଲା। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେ ପ୍ରାଞ୍ଚାଇଜ୍ କ୍ରିକେଟରେ ଖେଳିବା ଜାରି ରଖିବେ।
ସୋସିଆଲ ମିଡିଆରେ ପୋଷ୍ଟ ସେୟାର: ଆସିଫ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୋ ପାଇଁ ପାକିସ୍ତାନର ଜର୍ସୀ ପିନ୍ଧିବା ଗର୍ବର ବିଷୟ।
କ୍ରିକେଟ ମଇଦାନରେ ନିଜ ଦେଶର ସେବା କରିବା ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆସିଫ୍ ଅଲୀ ଘରୋଇ କ୍ରିକେଟ ଏବଂ ସାରା ଦୁନିଆରେ ପ୍ରାଞ୍ଚାଇଜ୍ ଲିଗଗୁଡ଼ିକରେ ଖେଳିବା ଜାରି ରଖିବେ।
Asif Ali has called time on his international career after 21 ODIs and 58 T20Is for Pakistan
More details: https://t.co/oJ4fhWehix pic.twitter.com/sqeij9P240
— ESPNcricinfo (@ESPNcricinfo) September 2, 2025
ଟି୨୦ ୱାର୍ଲଡ କପ ୨୦୨୧ରେ କରିଥିଲେ ଧମାଲ୍: ଆସିଫ ଅଲୀଙ୍କୁ ଟି୨୦ ୱାର୍ଲଡ୍ କପ ୨୦୨୧ରେ ଧମାଲ କରିଥିବା ଦେଖିବାକୁ ମିଳିଥିଲା। ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷରେ ରୋମାଞ୍ଚକ ମ୍ୟାଚରେ ୭ ବଲରେ ୨୫ ରନର ଇନିଂସ ଖେଳିଥିଲେ। ଏହି ସମୟରେ ସେ ୪ଟି ଛକା ମାରିଥିଲେ। ଆସିଫଙ୍କର ଷ୍ଟ୍ରାଇକ୍ ରେଟ୍ ୩୫୭ ଥିଲା।