fbpx

ଆସାମ ବନ୍ୟାର ବିଭୀଷିକା :୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଗଲାଣି ୧୨୬ ଜୀବନ

ଗୌହ୍ୱାଟି: ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ନିଖୋଜ ଅଛନ୍ତି । ବନ୍ୟାଯୋଗୁଁ ରାଜ୍ୟର ୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କଚ୍ଛାର ଜିଲ୍ଲାର ସିଲଚର ସହରରେ ଏବେ ବି ସ୍ଥିତି ଗମ୍ଭୀର ରହିଛି । ରାଜ୍ୟର ବହୁ ସ୍ଥାନ ଜଳବନ୍ଦୀରେ ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଆସାମ ରାଜ୍ୟ ବି ର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣର ସୂଚନାନୁଯାୟୀ ରବିବାର ସୁଦ୍ଧା ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ୨୫.୧୦ଲକ୍ଷରୁ ହ୍ରାସ ପାଇ ୨୨.୨୧ଲକ୍ଷରେ ପହଞ୍ଚିଛି ।

ରାଜ୍ୟରେ ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବା ସେମାନେ ସୂଚନା ଦେଇଛନ୍ତି । ଏହି ବନ୍ୟାରେ ୨ହଜାର ୫୪୨ ଗ୍ରାମ ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ୨ଲକ୍ଷ ୧୭ହଜାର ୪୧୩ଜଣ ଲୋକଙ୍କୁ ୫୬୪ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ବର୍ତ୍ତମାନ କୋପିଲି, ବରାକ ଓ କୁଶିୟାରା ନଦୀର ଜଳସ୍ତର ବି ଦସଂକେତ ଉପରେ ପ୍ରବାହିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Get real time updates directly on you device, subscribe now.