fbpx

ଥଣ୍ଡା ଯୋଗୁଁ ବିଗୁଡୁଛି ଆଜ୍‌ମା ରୋଗୀଙ୍କ ଅବସ୍ଥା, ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ରାଜ୍ୟରେ ଗତ ୨ରୁ ୩ ଦିନ ହେବ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହେଉଛି । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ତେବେ ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ ବଢ଼ିଥାଏ। ଏହି ରୋଗରୁ ଦୂରେଇ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଢ଼ିଥାଏ। ଉକ୍ତ ରୋଗର କିଛି ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେସବୁ ବିଷୟରେ।

– ଦୈନିକ ସକାଳେ ତୁଳସୀ ରସରେ ମହୁ ମିଶାଇ ପିଇଲେ ଏହି ରୋଗରୁ ଯଥାସମ୍ଭବ ମୁକ୍ତି ମିଳିଥାଏ।

– ଆଜ୍‌ମା ରୋଗୀମାନଙ୍କୁ ଅଧିକ ପରିମାଣରେ ରସୁଣ ଓ ତୁଳସୀପତ୍ର ଖାଇବା ଉଚିତ, କାରଣ ଏହା ଦେହର ଥଣ୍ଡାକୁ କାଟିଥାଏ।

– ରସୁଣ ପାଖୁଡ଼ାକୁ କ୍ଷୀରରେ ପକେଇ ଅଳ୍ପ ଫୁଟାଇ ପିଇବା ଦ୍ୱାରା ଥଣ୍ଡା ମଧ୍ୟ କମ ହୋଇଥାଏ।

– ମେଥିକୁ ପାଣିରେ ମିଶାଇ ଭଲ ଭାବେ ଫୁଟାଇ ତାକୁ ପିଇପାରିବେ, ଯାହାଫଳରେ ଏହି ରୋଗରୁ ମୁକ୍ତି ମିଳିଥାଏ।

– ସୋରିଷ ତେଲକୁ ଗରମ କରି ଛାତିରେ ମାଲିସ କଲେ ଆରାମ ମିଳିଥାଏ। ନିଃଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହୋଇଥାଏ।

Get real time updates directly on you device, subscribe now.