୨୮ ଘଣ୍ଟା ପରେ ISSରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା, ପ୍ରଥମ ଭାରତୀୟ ଭାବେ ସ୍ପେଶ୍ ଷ୍ଟେସନରେ ପହଞ୍ଚି ରଚିଲେ ଇତିହାସ

ISSରେ ପହଞ୍ଚିଲା ମହାକାଶ ଯାନ ଡ୍ରାଗନ।

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଶୁଭାଂଶୁ। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟସନରେ ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ।

ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା। ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ସହ ଯୋଡ଼ି ହେଲା ଡ୍ରାଗନ ସ୍ପେଶ୍ କ୍ୟୋପସୁଲ।

ଲେଜର ସେନ୍ସର୍ ଓ କ୍ୟାମେରା ସହାୟତାରେ ଅଟୋନମସ୍ ଡକିଂ ପ୍ରକ୍ରିୟା ଆରମ୍ଭ। ସଫ୍ଟ କ୍ୟାପଚରେ ପରେ ଆରମ୍ଭ ହେବ ହାର୍ଡ କ୍ୟାପଚର୍ ପ୍ରକ୍ରିୟା ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିବ ଡକିଂ ପ୍ରକ୍ରିୟା।