fbpx

ସ୍ପେସରେ ରହିବା ଯୋଗୁଁ ଶୀଘ୍ର ବୁଢ଼ା ହୁଅନ୍ତି ନାହିଁ Astronaut: ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ମହାକାଶ ସହ ଜଡ଼ିତ ଅନେକ କଥା ବୁହୁତ ରୋଚକ । ମହାକାଶଚାରୀଙ୍କୁ ନେଇ ଅନେକଙ୍କ ମନରେ ଉକ୍ରଣ୍ଠା ରହିଥାଏ ଯେ ସେମାନେ କ’ଣ ଖାଆନ୍ତି ? କେମିତି ରୁହନ୍ତି ? ତାଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା କିପରି ଥାଏ ଇତ୍ୟାଦି । ମହାକାଶ ଏବଂ ମହାକାଶଚାରୀଙ୍କୁ ନେଇ ଅନେକ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି । ଏହି ଫିଲ୍ମରେ ସ୍ପେସ୍, ଟାଇମ୍ ଏବଂ ମଧ୍ୟାକର୍ଷଣର ଅନେକ ଦିଗ ପ୍ରତି ଆଲୋକପାତ କରାଯାଇଛି । ଏହା ବ୍ୟତୀତ ଅନେକ ଫିଲ୍ମରେ ଦର୍ଶାଯାଇଛି ଯେ କିପରି ପୃଥ୍ୱୀଲୋକରୁ ଜଣେ ବ୍ୟକ୍ତି ମହାକାଶ ଯାତ୍ରା କରିବାର ଅନେକ ବର୍ଷ ପରେ ଫେରିବା ପରେ ମଧ୍ୟ ସେମାନଙ୍କ ବୟସ ଉପରେ ଏହା କୌଣସି ପ୍ରଭାବ ପକାଇ ନଥାଏ । ଅପରପକ୍ଷରେ ଧରାପୃଷ୍ଠରେ ଥିବା ସେମାନଙ୍କ ସମ୍ପର୍କୀୟ ବୃଦ୍ଧ ହୋଇ ଇହଲୋକ ଗମନ କରିଥାନ୍ତି । ବର୍ତ୍ତମାନ ମନରେ ପ୍ରଶ୍ନ ଉଠେ କି ସତରେ କ’ଣ ମହାକାଶରେ ମହାକାଶଚାରୀଙ୍କ ବୟସ ଧରାପୃଷ୍ଠରେ ଥିବା ବ୍ୟକ୍ତିଙ୍କ ଠାରୁ ମନ୍ଥର ଗତିରେ ବୃଦ୍ଧି ହୋଇଥାଏ ? ଆସନ୍ତୁ ଜାଣିବା କ’ଣ କହୁଛି ବିଜ୍ଞାନ ।

ରିସର୍ଚ୍ଚରୁ ହୋଇଥିଲା ଏହି ଖୁଲାସା

୨୦୧୫ରେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦୁଇ ଯାଆଁଳା ଭାଇଙ୍କ ଉପରେ ଏକ ରିସର୍ଚ୍ଚ ହୋଇଥିଲା । ଏହି ରିସର୍ଚ୍ଚ ସମୟରେ ଗୋଟିଏ ଭାଇକୁ ୧ ବର୍ଷ ପାଇଁ ମହାକାଶ ପଠାଯାଇଥିଲା ଏବଂ ଅନ୍ୟ ଭାଇକୁ ଧରାପୃଷ୍ଠରେ ରଖାଯାଇଥିଲା । ପ୍ର ୧୨ଟି ବିଶ୍ୱବିଦ୍ୟାଳୟର ୮୪ଜଣ ଗବେଷକ ଏହି ରିସର୍ଚ୍ଚ କରିଥିଲେ । ସାଇନ୍ସ ଜର୍ଣ୍ଣାଲରେ ଏହାର ଫଳାଫଳ ପ୍ରକାଶିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦୁଇ ଭାଇଙ୍କ ମଧ୍ୟରୁ ଯିଏ ମହାକାଶ ଯାତ୍ରା କରିଥିଲେ ତାଙ୍କ ଶରୀରରେ ପ୍ରାୟ ୧ ହଜାର ଜୀନ୍ସ(genes)ରେ ପରିବର୍ତ୍ତନ ଦେଖାଦେଇଥିଲା । ଏହି ୧ ହଜାର ପରିବର୍ତ୍ତନ ମଧ୍ୟରେ ସବୁଠାରୁ ବଡ଼ ପରିବର୍ତ୍ତନ ଟେଲୋମେୟର କ୍ରୋମୋଜୋମ୍ସରେ ଦେଖିବାକୁ ମିଳିଥିଲା । ଟେଲୋମେୟର କ୍ରୋମୋଜୋମ୍ସର ଅନ୍ତରେ ଏକ ପ୍ରୋଟିନ୍ ରହିଛି । ଧରାପୃଷ୍ଠରେ ଥିବା ସମୟରେ ବ୍ୟକ୍ତିର ଶରୀରରେ ଏହି ଟେଲୋମେୟର ଯୋଗୁଁ ଡିଏନଏ ସମୟ ସହ ଛୋଟ ହେବାକୁ ଲାଗିଥାଏ । ଫଳରେ କୋଷଗୁଡ଼ିକରେ ବାର୍ଦ୍ଧକ୍ୟ ଦେଖାଯିବା ଆରମ୍ଭ ହୋଇଥାଏ ଯାହା ଦ୍ୱାରା ବ୍ୟକ୍ତି ମଧ୍ୟ ବୃଦ୍ଧ ଭଳି ଦେଖାଯାଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ମହାକାଶ ଯାତ୍ରା କରିଥିଲେ ତାଙ୍କ ଶରୀରରେ ଏପରି କିଛି ସଂକେତ ନଥିଲା । ତାଙ୍କ ଡିଏନଏର ସାଇଜ୍ ସମୟ କ୍ରମେ ଲମ୍ବା ହୋଇଥିଲା । ଫଳରେ ସେ ଧରାପୃଷ୍ଠରେ ଥିବା ତାଙ୍କ ଯାଆଁଳା ଭାଇଙ୍କ ଠାରୁ ଅଧିକ ଯୁବା ଭଳି ଦେଖାଯାଉଥିଲେ । ଏହି ସମୟରେ ତାଙ୍କ ଜୀନରେ ପ୍ରାୟ ୯୧.୩% ପରିବର୍ତ୍ତନ ଦେଖାଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ମହାକାଶଚାରୀ ଜଣଙ୍କ ଧରାପୃଷ୍ଠକୁ ଆସିବା ପରେ ୬ ମାସ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଦେଇଥିଲା । ସେ ତାଙ୍କ ଯାଆଁଳା ଭାଇଙ୍କ ପରି ବୁଢ଼ା ଦେଖାଯିବାକୁ ଲାଗିଲେ । କିଛି ସମୟ ପରେ ତାଙ୍କ ଡିଏନଏ ମଧ୍ୟ ଧରାପୃଷ୍ଠରେ ସାଧାରଣ ଲୋକଙ୍କ ଡିଏନଏ ପରି ହୋଇଯାଇଥିଲା ।

Get real time updates directly on you device, subscribe now.