fbpx

କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଟିମ୍ ଇଣ୍ଡିଆକୁ ଫେରିଲେ ଅଶ୍ୱିନ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଆରମ୍ଭ କଲେ ଅଭ୍ୟାସ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇଥିବା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗୁରୁବାର ଦିନ ଭାରତୀୟ କ୍ରିକେଟ ଦଳ ସହିତ ଯୋଗ ଦେଇଛନ୍ତି । ଆସନ୍ତା ଜୁଲାଇ ୧ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବାକୁ ଥିବା ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡର ଲିସେଷ୍ଟରଶାୟାର ଠାରେ ଅଭ୍ୟାସ କରୁଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଗତ ୧୬ ତାରିଖ ଦିନ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ କରୋନାରେ ସଂକ୍ରମିତ ହେବା କାରଣ ନେଇ ଅଶ୍ୱିନ ସେମାନଙ୍କ ସହିତ ସାମିଲ ହୋଇ ପାରି ନ ଥିଲେ । ତେବେ ଅଶ୍ୱିନ ବିଳମ୍ବରେ ପହଞ୍ଚି ଥିବାରୁ ଭାରତୀୟ ଦଳ ୨୪ ତାରିଖରୁ ଲିସେଷ୍ଟରଶାୟାର ବିପକ୍ଷରେ ଖେଳିବାକୁ ଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚରେ ସାମିଲ ହୋଇ ପାରିବେ ନାହିଁ ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଏକାଧିକ କର୍ମକର୍ତ୍ତା ହଠାତ କରୋନାରେ ଆକ୍ରାନ୍ତ ହେବାରୁ ଭାରତୀୟ ଦଳ ସଂକ୍ରମଣ ଭୟରେ ଶେଷ ମ୍ୟାଚ ଖେଳିବାକୁ ମନା କରି ଦେଇଥିଲେ । ତେଣୁ ଦୁଇ ଦେଶ କ୍ରିକେଟ ବୋର୍ଡର ସହମ୍‌ତି କ୍ରମେ ଚଳିତ ବର୍ଷକୁ ଏହି ମ୍ୟାଚ ସ୍ଥଗିତ ରଖା ଯାଇଥିଲା । ପୂର୍ବରୁ ଅନୁଷ୍ଠିତ ୪ ଟେଷ୍ଟରେ ଭାରତ ୨-୧ରେ ଅଗ୍ରଣୀ ହୋଇଛି । ଓଲ୍ଡଟ୍ରାଫୋର୍ଡ ଠାରେ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହେବା ପରେ ଏହି ସିରିଜର ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.