fbpx

ବିଦ୍ରେହୀମାନଙ୍କ ଆକ୍ରମଣ : ୪୯ ନାଗରିକ ଏବଂ ୧୫ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବତ୍ତୋର ମାଳିରେ ଏକ ମିଲିଟାରୀ କ୍ୟାମ୍ପ ଏବଂ ଅନେକ ଲୋକମାନଙ୍କ ଉପରେ ଇସଲାମି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦ୍ୱାରା ୪୯ ନାଗରିକଙ୍କ ସହ ୧୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମାଳିର ମଧ୍ୟବର୍ତ୍ତୀ ସରକାରଙ୍କ ସୂଚନା ଅନୁସାରେ ଏହି ଆକ୍ରମଣରେ ଅନେକ ସାଧାରଣ ଲୋକେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ମଧ୍ୟ ବଢିପାରେ। ବିଦ୍ରେହୀମାନେ ବର୍ଷାଋତୁରେ ଗାଓ ଏବଂ ମୋପତି ସହରକୁ ଅଲଗା କରିବା ପାଇଁ ବନ୍ୟା ପଡିଆ ଦେଇ ଡଙ୍ଗାରେ ଯାଉଥିବା ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ହଜାରରୁ ଅଧିକ ଲୋକେ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି ।

ଆକ୍ରମଣକାରୀମାନେ ମାଳିର ଉତ୍ତର ପୂର୍ବ ମାର୍ଗ କ୍ଷେତ୍ରରେ ଥିବା ସୈନ୍ୟ ଶିବିର ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସରକାରଙ୍କ ସୂଚନା ଅନୁସାରେ, ଏହି ଘଟଣାରେ ୫୦ ଜଣ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ୪୯ ନାଗରିକ ଏବଂ ୧୫ ସୈନିକଙ୍କ ମୃତ୍ୟୁ ପାଇଁ ସରକାର ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ଘଟଣା ପରେ ସେଠାରେ ଲୋକମାନେ ଭୟଭୀତ ହୋଇଛନ୍ତି । ଅନେକ ପଶ୍ଚିମ ଦେଶ ଗୁଡିକ ମଧ୍ୟରେ ମାଳି ହେଉଛି ଅନ୍ୟତମ । ୨୦୧୨ରୁ ଅଲକାଇଦା ଏବଂ ଇସଲାମିକ ଦ୍ୱାରା ଏହି ଦେଶ ଅନେକ ଆକ୍ରମଣର ଶିକାର ହେଉଛି ।

Get real time updates directly on you device, subscribe now.