ସ୍କୁଲରେ ଫୁଟିଲା ବନ୍ଧୁକ, ଗୁଳି ଖାଇ ଛିନଛତର ହୋଇ ପଡ଼ିଲେ ଶିକ୍ଷକ, ଛାତ୍ରଛାତ୍ରୀ

ଭିଏନା: ଅଷ୍ଟ୍ରିଆର ଗ୍ରାଜ ସହରରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଯେଉଁଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଏ ନେଇ ଅଷ୍ଟ୍ରିଆର ଇଣ୍ଟେରିଅର ମିନିଷ୍ଟର ଦେଇଥିବା ସୂଚନା ଅନୁସାରେ, ଗ୍ରାଜସ୍ଥିତ ସ୍କୁଲ ଗୁଳିକାଣ୍ଡରେ ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ଘଟିଛି । ଘଟଣାର ସୂଚନା ପାଇ ବିଦ୍ୟାଳୟରେ ପୋଲିସ ପହଞ୍ଚି ବିଲ୍ଡିଂକୁ ଖାଲି କରିଥିବା ଜଣାପଡ଼ିଛି ।

ଘଟଣାରେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଦ୍ୟରେ ଉଭୟ ଶିକ୍ଷକ ଓ ଷ୍ଟୁଡେଣ୍ଟ ରହିଥିବା ସୂଚନା ।

ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ସୁଦ୍ଧା ଘଟଣା ପଛର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।