ବାଙ୍କୀ: କଟକ ବାଙ୍କୀ ଡମପଡ଼ା ବ୍ଲକରେ ବ୍ୟାପିଲା ଡାଇରିଆ । ହରିରାଜପୁର ପଞ୍ଚାୟତରେ ଝାଡ଼ାବାନ୍ତିରେ ୪୨ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ଦୂଷିତ ପାଣି ପିଇ ଡାଇରିଆ ବ୍ୟାପିଥିବା ସୂଚନା । ସମସ୍ତ ଆକ୍ରାନ୍ତ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏହା ପରେ ଉକ୍ତ ପଞ୍ଚାୟତରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗ୍ରାମବାସୀଙ୍କୁ ଦୂଷିତ ପାଣି ସେବନ ସମ୍ପର୍କରେ ସଚେତନ କରୁଥିବା ଜଣାପଡ଼ିଛି ।