fbpx

ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ, ସ୍ଥାନୀୟ ଲାେକଙ୍କୁ ଦେଖି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ, ଯାଞ୍ଚ ଆରମ୍ଭ କଲା ପୋଲିସ

ବାଳକାଟି (ଭାସ୍କର ନ୍ୟୁଜ୍‌) : ଏଟିଏମ ଲୁଟ ସମୟରେ ବିଫଳ ହେଲେ ଲୁଟେରା । ଘଟଣାଟି ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ବଜାର ଫାଣ୍ଡି ଛକରେ । ସୋମବାର ପାଖାପାଖି ରାତି ୧୦ଟା ସମୟରେ ଜଣେ ଲୁଟେରା ଆସି ଏହି ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଏଟିଏମର ଡିସପ୍ଲେ ଭାଙ୍ଗିବା ସହିତ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ହୋ ହାଲା କରିଥିଲେ । ଲୁଟେରାଟି ଏହା ଜାଣିପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ବାଳକାଟି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସିସିଟିଭି ଆଧାରରେ ଆଗକୁ ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି ।

Get real time updates directly on you device, subscribe now.