fbpx
BSKY SKY
BSKY SKY

ସାବଧାନ;ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା; ଯୁବତୀଙ୍କ ପର୍ସ ଝାମ୍ପିନେଲେ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏଟିଏମକୁ ଏକୁଟିଆ ପଇସା ଉଠାଇବାକୁ ଯାଉଥିଲେ ସାବଧାନ । ରାଜଧାନୀରେ ସକ୍ରିୟ ହୋଇଛନ୍ତି ଏଟିଏମ୍ ଲୁଟେରା । ରାଜଧାନୀର ଚନ୍ଦ୍ରଶେଖରପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଦୁଇ ଜଣ ଯୁବତୀ ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ତେବେ ଜଣେ ଯୁବତୀ ପଇସା ଉଠାଉଥିବା ସମୟରେ ବାହାର ଆଡୁ ଜଣେ ଯୁବକ ଆସି ଯୁବତୀଙ୍କ ହାତରୁ ଟଙ୍କା ଭର୍ତ୍ତି ପର୍ସ ଛଡାଇ ନେଇଥିଲେ । ଚୋରି ସମୟର ସମସ୍ତ ଦୃଶ୍ୟ ଏଟିଏମର ସିସିଟିଭିରେ ରେକର୍ଡ ହୋଇଥିଲା ।

ଯୁବତୀଙ୍କ ପର୍ସରେ ୪୧ ହଜାର ଟଙ୍କା ରହିଥିଲା । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରିଥିଲା । ତଦନ୍ତ ପହରେ ନୟାପଲ୍ଲୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କମିଶନରେଟ ପୋଲିସର ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.