Big Breaking: ରାଜଧାନୀରୁ ଟଙ୍କା ସହ ତାଡ଼ିନେଲେ ATM ମେସିନ୍, ଘଟଣାସ୍ଥଳରେ ପୋଲିସର ଛାନଭିନ୍
ଭୁବନେଶ୍ୱରରେ ଆଉ ଏକ ATM ଲୁଟ୍। ଟଙ୍କା ସହ ତାଡ଼ି ନେଲେ ମେସିନ୍। ଘଟଣାସ୍ଥଳରେ ପୋଲିସର ତଦନ୍ତ। କେତେ ଟଙ୍କା ଥିଲା ଅସ୍ପଷ୍ଟ।
ଭୁବନେଶ୍ୱର: ପୁଣିଥରେ ରାଜଧାନୀରୁ ATM ଲୁଟ୍। ଟଙ୍କା ସହ ତାଡ଼ିନେଲେ ATM ମେସିନ୍। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି। ହେଲେ ATMରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ।
ଘଟଣା ଘଟିଛି ଗୁରୁବାର ଦିନ ରାତିରେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ SBI ATMରୁ ହୋଇଛି ଲୁଟ୍।
କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ। ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୁତ୍ତ। ହେଲେ ATMରେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସକାଳୁ ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି।
ପରେ ଲୁଟ୍ ହୋଇଥିବା ATM ଗାଙ୍ଗୁଆ ନାଳରୁ ମିଳିଥିଲା। ପାଖରେ ଏକ ଅଟୋ ମଧ୍ୟ ଥିଲା। ଅଟୋରେ ଲୁଟ୍ ହୋଇଥିବା ସନ୍ଦେହ କରୁଛି କମିଶନରେଟ୍ ପୋଲିସ୍।